ବିନା ସୂଚନା ଫଳରେ ଚାଲିଛି କୋଟିଏରୁ ଉର୍ଦ୍ଧ ଟଙ୍କାର ସ୍ୱାସ୍ଥ୍ୟକେନ୍ଦ୍ର
ଦାନଗଦୀ: ସରକାରୀ ଅର୍ଥ ବିନିଯୋଗ ସଂପର୍କରେ ସାଧାରଣ ଜନତାଙ୍କ ଜାଣିବାର ଅଧିକାର ରହିଛି । ସେଥିପାଇଁ କୈାଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ମାଧ୍ୟମରେ ପ୍ରକଳ୍ପ ସଂପର୍କରେ ସୂଚନା ସାର୍ବଜନୀନ କରିବା ନିୟମ ରହିଛି । କିନ୍ତୁ ଦାନଗଦୀ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଆଗେଇ ଚାଲିଥିଲେ ହେଁ ସୂଚନାକୁ ଅନ୍ଧାରରେ ରଖାଯାଉଛି । ଏହିକ୍ରମେ
ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଂଚାୟତର ବାରଖାଇ ସ୍ୱାସ୍ଥ୍ୟ କେନ୍ଦ୍ର ବିନା ସୂଚନା ଫଳରେ ଚାଲିଛି । ବାରାଖାଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମାଣଧୀନ ନୂଆ ସ୍ୱାସ୍ଥ୍ୟ କେନ୍ଦ୍ର କୋଟିଏରୁ ଉର୍ଦ୍ଧ ଟଙ୍କାରେ କରାଯାଉଥିବା କଥା ଆଲୋଚନା ହେଉଥିଲେ ହେଁ ତାହା ଅଂଚଳବାସୀଙ୍କ ପାଇଁ ଜାଣିବାର ଜୁ ନାହିଁ । ଅଂଚଳବାସୀଙ୍କ ଅଭିଯୋଗ ନିର୍ମାଣଧିକ କେନ୍ଦ୍ର ଫିଲିଙ୍ଗରେ ତଳେ ମାଟି ଦେଇ ଉପରେ ଅଳ୍ପ ବାଲି ପକାଇ କାର୍ଯ୍ୟ କରାଯାଉଛି । କାର୍ଯ୍ୟରେ ନିମ୍ନ ମାନର ସିମେଂଟ ଓ ଚିପ୍ସ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । କାର୍ଯ୍ୟ ହାତେଇ ଥିବା ଠିକାଦାର ପଲ୍ଲୀ ଅଂଚଳ ହୋଇଥିବାରୁ ମନମୁ· କରୁଥିବା ଅଭିଯୋଗ ଗ୍ରାମବାସୀ କରିଛନ୍ତି । ସେହିପରି ଜିଲ୍ଲା ଖଣିଜ ପାଣ୍ଠିରୁ ବ୍ଲକରେ ଥିବା ବିଭିନ୍ନ ପଂଚାୟତରେ ନିର୍ମାଣ ଚାଲୁଥିବା ସମସ୍ତ ବିଦ୍ୟାଳୟ ଗୃହ କାମ ଗୁଡିକ ନିମ୍ନ ମାନର ହେଉଥିବା ବହୁତ ପଂଚାୟତରୁ ଅଭିଯୋଗ ହେଉଛି । ଯେପରିକି ଗତ କିଛି ମାସ ପୂର୍ବରୁ ନୟାବଗପାଟିଆ ବିଦ୍ୟାଳୟରେ ୧୦ଲକ୍ଷ ଟଙ୍କାର କାମ ନିମ୍ନ ମାନର ହୋଉଥିବା ଯୋଗୁଁ ଜଣେ ଛାତ୍ରର ମୃତୁ୍ୟ ଘଟିଥିଲା । ବ୍ଲକରେ ହେଉଥିବା କାମର ସିଂହଭାଗ ଅର୍ଥ ବିଭାଗୀୟ ଅଧିକାରୀ ଓ ଠିକାଦାର ଚଳୁ କରିବା ମାନସିକତାରେ ସୂଚନା ଫଳକ ଲଗାଇବାରୁ ଦୂରେଇ ରହୁଛନ୍ତି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।