ଯୁବ ସାମ୍ବାଦିକଙ୍କ ମହାନତା ; ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି କରାଇଲେ ଚିକିସôା
ମାଲକାନଗିରି : ବିଜାଘାଟିରେ ଦୁର୍ଘଟଣାରେ ଆହତ ହୋଇ ଅଚେତ ଅବସ୍ଥାରେ ରସ୍ତାରେ ପଡ଼ିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲକୁ ନେଇ ଚିକିସôା ବ୍ୟବସ୍ଥା କଲେ ଦୁଇ ଯୁବ ସାମ୍ବାଦିକ ଓ ସମାଜସେବୀ । ସୂଚନା ଅନୁଯାୟୀ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ବିଜାଘାଟିରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇ ଆଚେତ ଅବସ୍ଥାରେ ରାସ୍ତା କଡ଼ ରେ ପଡ଼ିଥିଲେ । ତାଙ୍କ ନିକଟରେ ଅନ୍ୟ ଜଣେ ଯୁବକ ସାମାନ୍ୟ ଆହତ ହୋଇ ସାହାଯ୍ୟ ପାଇଁ ଚିକôାର କରୁଥିଲେ । ସେହି ରାସ୍ତା ଦେଇ ଅନେକ ଗାଡି ଯାଉଥିଲେ ମଧ୍ୟ କେହି ଅଟକି ନଥିବା ବେଳେ ଯୁବକଙ୍କ ଅବସ୍ଥା ସଙ୍କଟା ପନ୍ନ ଦେଇୁ ଗତି କରୁଥିଲା । ଏହି ସମୟରେ ଉକ୍ତ ରାସ୍ତାଦେଇ ଯାଉଥିବା ମାଲକାନଗିରିର ଦୁଇ ଯୁବ ସାମ୍ବାଦିକ ଜାନକି ପଟ୍ଟନାୟକ, ଚକ୍ରଧର ପଟ୍ଟନାୟକ ଓ ସମାଜ ସେବୀ ନାଗେଶ୍ୱର ପଟ୍ଟନାୟକ ଆହତ ବ୍ୟକ୍ତିଙ୍କୁ ଉଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଚିକିସôା ନିମନ୍ତେ ନେଇଯାଇଥିଲେ । ସେଠାରେ ଡାକ୍ତର ଉଭୟ ଆହତଙ୍କ ଚିକିସôା ଆରମ୍ଭ କରିଥିବା ବେଳେ ଉଭୟ ବର୍ତ୍ତମାନ ବିପଦ ମୁକ୍ତ ବୋଲି ଡାକ୍ତର କହିଛନ୍ତି । ଦୁର୍ଘଟଣାରେ ଆହତ ଯୁବକଙ୍କ ମଧ୍ୟରୁ ଜଣେ ରଞ୍ଜନ କୁମାର ପରିଚ୍ଛା ଓ ସେ ପୁଲିସ ବିଭାଗରେ କାମ କରୁଥିବାର ଜଣା ପଡିଛି । ରଞ୍ଜନ ଅନ୍ୟ ଜଣେ ଯୁବକ ସହ ମାଥିଲିରୁ କିଛି କାମ ସାରି ମାଲକାନଗିରିକୁ ଫେରୁଥିବା ବେଳେ ପାଣ୍ଡ୍ରିପାଣି ପଞ୍ଚାୟତ ନିକଟ ବିଜାଘାଟି ନିକଟରେ ହଟାତ ଏକ ବସ ଓଭର ଟେକ କରିବାରୁ ଭାରସାମ୍ୟ ହରାଇ ଘାଟିରେ ପଡିଯାଇ ଆହତ ହୋଇଥିବା ଜଣା ପଡିଛି ।