ଡ୍ରେନ ଅଳିଆ ସଫା କଲେ ବିଡିଓ
ନୂଆପଡା : ଆମେ ଅନେକ ପ୍ରଶାସନିକ ଅଧିକାରୀଙ୍କୁ ଦେଖିଛୁ, ହେଲେ ଏମିତି ବିଡିଓ ଦେଖିନଥିଲୁ । ଏମିତି କା ବିଡିଓ ଅନ୍ୟମାନଙ୍କ ପାଇଁ ଉଦାହରଣ । ସେ ଏମିତି କର୍ଯ୍ୟ କରିଛନ୍ତି ଯେ, ଆପଣ ମାନେ ଜାଣିଲେ ଚମକି ପଡବେ । ନୂଆପଡା ଜିଲ୍ଲା ସିନାପାଲି ବିଡିଓ ମାଡାମ୍ କାର୍ମି ଓରାମ୍ । ସିନାପାଲି ପଞ୍ଚାୟତରେ ‘ଗାଁ ରେ ପ୍ରଶାସନ’ କାର୍ଯ୍ୟକ୍ରମ ହେଉଥିଲା । ପଞ୍ଚାୟତକୁ ସିନାପାଲି ବିଡିଓ ଶ୍ରୀମତୀ ଓରାମ୍ ଆସିଥିଲେ । ତାଙ୍କ ସାଙ୍ଗରେ ଅନ୍ୟ ପ୍ରଶାସନିକ ଅଧିକାରୀ ଏବଂ ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ଆସିଥିଲେ । ସିନାପାଲିରେ କଣ ଅସୁବିଧା ଅଛି ତାହା ପ୍ରଶାସନ ପାଖରେ ଜଣାବା ପାଇଁ ଜନସାଧାରଣ କିଛି ଅଭିଯୋଗ ଆଣିଥିଲେ । ସେ ମଧ୍ୟରୁ ସିନାପାଲିର ରାମଭଜ ଗଲି ଅଞ୍ଚଳର କିଛି ବ୍ୟକ୍ତି ଡ୍ରେନର ଅବ୍ୟବସ୍ଥାକୁ ବିଷୟ କରି ଅଭିଯୋଗ ଆଣିବା ସାଙ୍ଗେ, ପ୍ରସାଶନକୁ ନିନ୍ଦା କରିଥିଲେ । ସେହି କଟୁ କଥା ଶୁଣି ବିଡିଓ ତୁରନ୍ତ ଅଭିଯୋଗକାରୀଙ୍କ ସାଙ୍ଗରେ ଯାଇ, ସେମାନଙ୍କ ଅସୁବିଧା ବିଷୟରେ ଯାଣିବାକୁ ଚାହିଁଥିଲେ । ସେ ଦେଖିବାକୁ ପାଇଲେ ଯେ, ଡ୍ରେନ୍ ରେ ଅଳିଆ, ଆବର୍ଜନା ଭରିକି ରହିଛି । ପଞ୍ଚାୟତ ସଫେଇ କର୍ମଚାରୀମାନେ ବାରମ୍ବାର ସଫା ସୁତରା କଲେ ମଧ୍ୟ, କିଛି ଅମାନିଆ ଲୋକ ଡ୍ରେନରେ ଅଳିଆ ଆବର୍ଜନା ଫିଙ୍ଗୁଛନ୍ତି । ଯାହା ଫଲରେ ଡ୍ରେନ୍ ରେ ପାଣି ଯିବାପାଇଁ ଅସୁବିଧା ସୃଷ୍ଟି ହେଉଛି । ଏହା ଦେଖି ବିଡିଓ ମ୍ୟାମ ନିଜେ ଖୋଳା ହାତରେ ସେହି ଡ୍ରେନର ଅଳିଆ ଆବର୍ଜନା ସଫା କରିବାକୁ ଲାଗିଲେ । ଏହି ଦୃଶ୍ୟ ଦେଖି ସେଠିକାର ଲୋକେ ବିଡିଓଙ୍କୁ ସେଭଳି କାମ କରିବାପାଇଁ ବାରଣକଲେ । ଲୋକେ ତାଙ୍କୁ ଯେତେ ମନାକଲେ ମଧ୍ୟ କହାରି କଥା ସେ ମାନିନଥିଲେ । ସେ ନିରନ୍ତର ଡ୍ରେନ୍ରୁ ଦୁର୍ଗନ୍ଧ ଅଳିଆ ଆବର୍ଜନା ସଫା କରି ଚାଲିଥିଲେ । ବିଡିଓ ତାଙ୍କ ମୁହଁ ନ ଖୋଳି ଏଭଳି କର୍ଯ୍ୟ ମାଧ୍ୟମରେ ଡ୍ରେନକୁ ଅପରିଷ୍କାର କରୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଅଭିଯୋଗର ଉତ୍ତର ଦେଇଦେଲେ । ନିଜେ ଏଭଲି କାର୍ଯ୍ୟକରି ସମସ୍ତଙ୍କୁ ବିନମ୍ର ନିବେଦନ ରଖି ସଚେତନ କରି କହିଥିଲେ । ଆପଣ ମାନେ ସଚେତନ ହୁଅନ୍ତୁ ଏବଂ ପୁଣି ଆଉ କେବେବି ଏଭଲି ଅଲିଆ ଆବର୍ଜନା ଗୁଡିକୁ ଡ୍ରେନ୍ରେ ଫିଙ୍ଗିବେ ନାହିଁ । ଶାସକ, ପ୍ରଶାସକ ସାଙ୍ଗେ ଜନସାଧାରଣ ଯେବେଠୁ ପାଦରେ ପାଦ ମିଶାଇ ଏଭଳି ସମସ୍ୟାର ସମାଧାନ ଅରମ୍ଭ କରିଦେବେ । ସେ ଦିନଠୁ ଆଉ ଏଭଳି ଦୁର୍ଦ୍ଦିନ ଦେଖିବାକୁ ପଡିବନାହିଁ । ସମସ୍ତେ ନିଜ ନିଜ କର୍ତ୍ତବ୍ୟକୁ ପାଳନ କରିବାକୁ ପଡିବ । ଆରୋପ ପ୍ରତ୍ୟାରୋପରେ ଅଞ୍ଚଳର ବିକାଶ ହେବନାହିଁ କି ରାମରାଜ୍ୟ କଦାପି ଫେରିବ ନାହଁ ବୋଲି କହିଥିଲେ ।