ବସ୍ତି ରାସ୍ତାରେ ଆଣ୍ଠୁଏ ପାଣି
ରାଜକନିକା : ରାଜକନିକା,୧୫/୭:ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ପଞ୍ଚାୟତର ବସ୍ତି ଠାରୁ ଉର୍ଦର୍ୁ ସ୍କୁଲ ରାସ୍ତାରେ ବର୍ଷା ହେଲେ ଆଣ୍ଠୁଏ ପାଣି ଜମୁଛି । ଯାହାକି ଛୋଟ ଛୋଟ ସ୍କୁଲ ପିଲାମାନେ ଯିବାରେ ଅସୁବିଧା ହେଉଛି । ସୂଚନା ଅନୁଯାଇ ଓଳାଭର ପଞ୍ଚାୟତର ବସ୍ତି ରାସ୍ତାରେ ବର୍ଷା ଜଳ ନିଷ୍କାସନ ନହୋଇ ପାରିବାରୁ ସ୍କୁଲକୁ ଛାତ୍ର ଛାତ୍ରୀ ଯିବାରେ ଅସୁବିଧା ହେଉଛି । ଦୀର୍ଘଦିନ ପାଣି ଜମିବାରୁ ଦୁର୍ଗନ୍ଧ ସହିତ ମଶାଙ୍କର ବାଂଶ ବୃଦ୍ଧି ହୋଇ ଡେଙ୍ଗୁ, ମେଲେରିଆ ଭଳି ବିଭିନ୍ନ ମାରାତ୍ମକ ରୋଗ ବ୍ୟପୁଥିବା ବସ୍ତିବାସୀମାନେ ଅଭିଯୋଗ କରଛନ୍ତି । ସ୍କୁଲକୁ ଯିବାକୁ ହେଲେ ସେହି ଗୋଟିଏ ରାସ୍ତା ଯାହାଫଳରେ ପିଲାମାନେ ସ୍କୁଲକୁ ଯାଇ ପାରୁନାହାନ୍ତି । ବସ୍ତିବାସୀ ପ୍ରଶାସନ ପାଖରେ ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନ୍ଟିଏ ତିଆରି କରିବା ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେବେ ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନ ତିଆରି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଗଣମାଧ୍ୟମ ଜରିଆରେ ଓଳାଭର ବସ୍ତିର ସବୀର ଖାନ, କରୁବାନ ଅଲ୍ଲୀ, ସେକ ରଫିକ, ସେକ ଫରିଦ, ମେହେତାବ ଖାନା, ସମସେଡ ଅଲ୍ଲୀ, ସେକ ନଜୁ, ଶୋଲେମାନ ଅଲ୍ଲୀ, ସେକ କୁତୁବୁଧୀନ, ସେକ ଆଲ୍ଲାଉଦିନ, ସେକ ବାବୁ ପ୍ରମୁଖ ଦାବି କରିଛନ୍ତି ।