ବାଂଲାଦେଶ କୋର୍ଟରେ ପଦଚୁ୍ୟତ ପ୍ରଧାନମନ୍ତ୍ରୀ : ଦୋଷୀ ହସିନାଙ୍କୁ ୬ମାସ ଜେଲ୍ ଦଣ୍ଡାଦେଶ

 ନୂଆଦିଲ୍ଲୀ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପଦଚୁତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଦିଆଯାଇଛି । କୋର୍ଟଙ୍କ ନିଦେ୍ର୍ଦଶ ଅବମାନନା ମାମଲାରେ ତାଙ୍କ ବିରୋଧରେ ଏହି ରାୟ ଶୁଣାଇଛନ୍ତି ବାଂଲାଦେଶର ଇଣ୍ଟରନାସନାଲ କ୍ରାଇମ୍ ଟି୍ରବୁ୍ୟନାଲ (ଆଇସିଟି) । ଜଷ୍ଟିସ୍ ମହମ୍ମଦ ଗୁଲାମ ମୁତର୍ଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି । ହସିନାଙ୍କ ଆତ୍ମସମର୍ପଣ କିମ୍ବା ଗିରଫ ପରଠାରୁ ଏହି ଦଣ୍ଡାଦେଶ ଲାଗୁ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏହାସହିତ ଶେଖ ହସିନାଙ୍କ ଦଳ  ଆୱେମୀ ଲିଗ୍ ଅଧୀନ ବାଂଲାଦେଶ ଛାତ୍ର ଲିଗ୍ (ବିସିଏଲ୍)ର ନେତା ସକିଲ୍ ଅକାଣ୍ଡ ବୁଲ୍ବୁଲ୍ଙ୍କୁ ୨ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । 
ସ୍ଥାନୀୟ ଗଣମାଧ୍ୟମ ‘ଢାକା ଟ୍ରିବୁ୍ୟନ’ ରିପୋର୍ଟ ମୁତାବକ ଗତବର୍ଷ ଶେଖ ହସିନାଙ୍କ ଏକ ଅଡିଓ କ୍ଲିପ ଲିକ୍ ହୋଇଥିଲା । ଏହି ଅଡିଓ କ୍ଲିପରେ ଶେଖ ହସିନା ଗୋବିନ୍ଦଗଞ୍ଜ ଓପଜିଲ୍ଲା ଚେୟାରମ୍ୟାନ ଶକିଲ ବୁଲବୁଲଙ୍କ ସହ କଥା ହୋଇଥିଲେ । ଏଥିରେ ସେ କହୁଥିଲେ ଯେ, ବିଭିନ୍ନ କାରଣକୁ ନେଇ ମୋ ବିରୋଧରେ ୨୭୭ ମାମଲା ରୁଜୁ ହୋଇଛି । ଏବେ ମୋତେ ଏହି ୨୨୭ ଲୋକଙ୍କୁ ମାରିବା ପାଇଁ ଲାଇସେନ୍ସ ମିିଳିଯାଇଛି । ଏହାପରେ ଶେଖ ହସିନାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ସେ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରୁଛନ୍ତି । ଦେଶରେ ଚାଲିଥିବା ବିଦ୍ରୋହ ସମ୍ବନ୍ଧିତ ମୋକଦ୍ଦମାରେ ସାମିଲ ଥିବା ଲୋକଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି । ଅଦାଲତଙ୍କ ଅବମାନନା କରୁଛନ୍ତି । ସେହିପରି ହସିନାଙ୍କ ଏଭଳି ମନୋବୃତ୍ତି ପାଇଁ ଦେଶରେ ଅଶାନ୍ତର ସୂତ୍ରପାତ ହୋଇଥିଲା ଏବଂ ଛାତ୍ରମାନେ ରାସ୍ତାକୁ ଓହ୍ଲାଇ ହସିନା ବିରୋଧୀ ମନ୍ତବ୍ୟ ଦେଇଥିଲେ । ଏହାସହ ବିଭିନ୍ନ ସରକାରୀ ମୁଖ୍ୟାଳୟରେ ହଙ୍ଗାମା କରିବା ସହ ହିଂସାକାଣ୍ଡ ଭିଆଇଥିଲେ । ଫଳରେ ବହୁ ଲୋକଙ୍କ ମୃତୁ୍ୟ ହୋଇଥିବା କୋର୍ଟ କହିଛନ୍ତି ।