ଗ୍ରାମ୍ୟନ୍ୟାୟାଳୟରେ ବନ ଉତ୍ସବ
ସୁକିନ୍ଦା : ସୁକିନ୍ଦା ବନ ବିଭାଗ ପକ୍ଷରୁ ସୁକିନ୍ଦା ଗ୍ରାମ୍ୟନ୍ୟାଳୟ ପରିସରରେ ବନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବନ ଉତ୍ସବରେ ସୁକିନ୍ଦା ଗ୍ରାମ୍ୟନ୍ୟାଳୟ ନ୍ୟାୟାଧିକାରିଣି ପ୍ରତ୍ୟାସା ରାୟ, କଟକ ଫରେଷ୍ଟ ଡିଭିଜନ ଏସିଏଫ୍ ସନ୍ତୋଷ କୁମାର ପତି, ସୁକିନ୍ଦା ରେଞ୍ଜର ଦେବେନ୍ଦ୍ର କୁମାର ମାଝୀ, ରାଁଷୋଳ ଫରେଷ୍ଟର ରାମଚନ୍ଦ୍ର ତିରିଆ, ସୁକିନ୍ଦା ଫରେଷ୍ଟର ମନୋରମା ହୋତା, ସରକାରୀ ଓକିଲ ଚନ୍ଦ୍ରକାନ୍ତ ପାତ୍ରଙ୍କ ସମେତ ସମସ୍ତ ବନବିଭାଗ କର୍ମଚାରୀ ଓ ନ୍ୟାୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିଥିଲେ ।