ବାଂଲାରେ ଥମୁନି ହିଂସା ଇସ୍ତଫା ଦେଲେ ପ୍ରଧାନ ବିଚାରପତି


ାା ଏଜେନ୍ସି ।ା ଢାକା :  ବାଂଲାଦେଶରେ ହିଂସା ଥମିବାର ନାଁ ଧରୁନାହିଁ । ସେନା ଚାପରେ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ନିଜ ପଦରୁ ଇସ୍ତଫା ଦେଇସାରିଥିବାବେଳେ ଏବେ ଆନେ୍ଦାଳନକାରୀଙ୍କ ଟାର୍ଗେଟକୁ ଆସିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏବଂ ସମସ୍ତ ବିଚାରପତି । ଶନିବାର ହଜାର ହଜାର ବିକ୍ଷୋଭକାରୀ ସୁପ୍ରିମକୋର୍ଟ ଘେରାଉ କରି ପ୍ରଧାନ ବିଚାରପତି ଏବଂ ସବୁ ବିଚାରପତିଙ୍କ ଇସ୍ତଫା ଦାବି କରିଥିଲେ । ସମସ୍ତଙ୍କୁ ୧ ଘଣ୍ଟାର ସମୟ ଦିଆଯାଇଥିଲା । ଏହା ପରେ ଉପାୟଶୂନ୍ୟ ହୋଇ ପ୍ରଧାନ ବିଚାରପତି  ଓବୈଦୁଲ ହସନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । 
ଦେଶରେ ଅନ୍ତରୀଣ ସରକାର ଗଠନ ହେବା ପରେ ପ୍ରଧାନ ବିଚାରପତି ସରକାରଙ୍କ ବିନା ପରାମର୍ଶରେ ସୁପ୍ରିମକୋର୍ଟ ବୈଠକ ଡକାଇ ଦେଇଥିଲେ । ଶନିବାର ବୈଠକ ହେବାର ଥିଲା । ଏହାକୁ ନେଇ ବିକ୍ଷୋଭକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରଧାନ ବିଚାରପତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି ବିକ୍ଷୋଭକାରୀମାନେ ସୁପ୍ରିମକୋର୍ଟ ବାହାରେ ବିକ୍ଷୋଭ କରିଥିଲେ ।  ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ କୋର୍ଟ ବୈଠକକୁ ରଦ୍ଦ କରିଦିଆଯାଇଥିଲା । ହେଲେ ବିକ୍ଷୋଭକାରୀ ଶାନ୍ତ ହୋଇ ନ ଥିଲେ । ସେମାନେ କୋର୍ଟ ଘେରାଉ କରିଥିଲେ । ଆନେ୍ଦାଳନକାରୀ ମାନେ ପ୍ରଧାନ ବିଚାରପତିଙ୍କୁ ତୁରନ୍ତ ପଦ ଛାଡ଼ିବାକୁ ଅଡି ବସିଥିଲେ ।