ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର
ବୁଗୁଡା : ବୁଗୁଡ଼ା ଥାନା ଅନ୍ତର୍ଗତ ଲେମ୍ବୁ ବଗିଚା ନିକଟରେ ରାସ୍ତା କଡସ୍ଥ ଏକ ଗଛକୁ ଧକ୍କା ଦେଇ ବାଇକ୍ ଚାଳକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକ ହେଲେ କୁଆଁନଳା ଗ୍ରାମର ଭଗବାନ ଗୌଡ (୪୭) । ପ୍ରକାଶ ଯେ, ଶୁକ୍ରବାର ରାତିରେ ଭଗବାନ କୌଣସି କାମରେ ବାଇକ୍ ଯୋଗେ ପୋଲସରାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ ଏକ ଗଛକୁ ଧକ୍କା ଦେଇଥିଲେ । ଦୁର୍ଘଟଣାର ଶିକାର ହୋଇ ସେ ଅଚେତ ହୋଇପଡିଥିଲେ ଏବଂ ତାଙ୍କର ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିଲା । ଖବର ପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିସôା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।