ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ

 ବଲାଙ୍ଗିର : ସ୍ଥାନୀୟ ପିଏମ୍ ଶ୍ରୀ ପି.ଆର.ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠିଙ୍କ ସଭାପତିତ୍ୱରେ ଜୁନିୟର ରେଡକ୍ରସ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ରେଡକ୍ରସର ପ୍ରାଣ ପ୍ରତିଷ୍ଠାତା ସାର ଜାଁ ହେନେରି ଡୁନାନ୍ଟଙ୍କ ଫଟୋଚିତ୍ରରେ ଏହି ଅବସରରେ ସମସ୍ତ ଅତିଥି ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର ଯୋଗଦାନ କରି ସେବାର ମହତ୍ୱ ବିଷୟରେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର ଉପସ୍ଥିତ ରହି ପରାମର୍ଶଦାତା ତଥା ଜୁନିୟରମାନଙ୍କୁ ଏହି ଅବସରରେ ଉସôାହିତ କରିଥିଲେ । ଜିଲ୍ଲା ଜୁନିୟର ରେଡକ୍ରସ ସଂପାଦକ ତଥା ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ବାଗ ସଭାର ଉଦେ୍ଦଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ବିକାଶ ରଂଜନ ସାହୁ ଯୋଗଦାନ କରି ହେନେରି ଡନାନ୍ଟଙ୍କ ଦେଶ ପ୍ରତି ଅବଦାନ ସମ୍ପର୍କରେ ମତ ରଖିଥିଲେ । ସଭାପତି ଶ୍ରୀମତୀ ସେଠି ଏହି ପରି ଏକ ସେବା ସଂସ୍ଥା ରେ ଯୋଗଦାନ କରି ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତା ପରି ଲକ୍ଷ୍ୟ ନେଇ ସମସ୍ତେ ଭବିଷ୍ୟତରେ ନିସ୍ୱାର୍ଥପର ସେବା ଯୋଗାଇବା ପାଇଁ ପ୍ରୋସôାହନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସାଧନକର୍ମୀ ରବିନ୍ଦ୍ର ଠେଠୁଆଲ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସାଧନକର୍ମୀ ତଥା ଟିଟିଲାଗଡ ଉପଖଣ୍ଡ ସଂଯୋଜକ ହେମନ୍ତ ବେମାଲ ।  ଏହି ଅବସରରେ ଲୋକମାନଙ୍କ ଉଦେ୍ଦଶ୍ୟରେ ପରାମର୍ଶଦାତା, ସାଧନକର୍ମୀ, ପ୍ରଧାନ ଶିକ୍ଷକ ଓ ଶିକ୍ଷିକା ଏବଂ ସ୍ଥାନୀୟ ବିଦ୍ୟାଳୟର କର୍ମ·ରୀମାନଙ୍କ ସହଯୋଗ ରେ ଦହିପଣା ବଣ୍ଟନ କରାଯାଇଥିଲା ।