ଆମ୍ବୁଲାନ୍ସ ପାଇଁ ଉପହାର ଅର୍ଥ ଦାନ କଲେ ନବଦମ୍ପତି
ବ୍ୟାସନଗର : ରବିବାର ବିବାହ ସମ୍ପନ୍ନରେ ଉପହାର ଆକାରରେ ଗ୍ରହଣ କରିଥିବା ଅର୍ଥରାଶୀକୁ ଆମ୍ବୁଲାନ୍ସ ପାଇଁ ଦାନ କରିଛନ୍ତି ନବ ଦମ୍ପତି । ନବ ଦମ୍ପତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ (କେଜିଆଇ)ର ପ୍ରତିଷ୍ଠାତା ସ୍ୱର୍ଗତ ସତ୍ୟାନନ୍ଦ ଦାସଙ୍କ କନିଷ୍ଠ ପୁତ୍ର ତଥା କେଜିଆଇର ଅଧ୍ୟକ୍ଷ ଡଃ ଆଲେକଜାଣ୍ଡାର ଦାସଙ୍କ ସାନ ଭାଇ ସମରେନ୍ଦ୍ର ଦାସ ଓ ତାଙ୍କ ପତ୍ନୀ ହୋଇଥିବା ବେଳେ ବିବାହ ଭୋଜି ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବହୁ ସଂଖ୍ୟାରେ ଅତିଥି ଯୋଗ ଦେଇ ନବ ଦମ୍ପତିଙ୍କୁ ପ୍ରଦାନ କରିଥିବା ଉପହାର ସେବା ନିମିତ ଦାନ କରିଛନ୍ତି । ନିଜର ପିତା ସ୍ୱର୍ଗତ ସତ୍ୟାନନ୍ଦ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିବାହ ଭୋଜିରେ ମିଳିଥିବା ସମସ୍ତ ଉପହାର ଅର୍ଥରାଶି ଜନ ସାଧାରଣଙ୍କ ସେବା ନିମନ୍ତେ ଏକ ଆମ୍ବୁଲାନ୍ସ ପାଇଁ ଆର୍ୟାଲେକ୍ସ ଫାଉଣ୍ଡେସନ ଫର୍ ସୋସିଆଲ ଆକ୍ଟିଭିଟିଜ୍ (ଆଫସା) କୁ ଦାନ କରିଛନ୍ତି । ଆଫସାର ଉପଦେଷ୍ଟା ତଥା ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରଞ୍ଜନ କୁମାର ଦାସ ନବବିବାହିତା ଦମ୍ପତିଙ୍କ ଏଭଳି ପଦକ୍ଷେପକୁ ପ୍ରସଂଶା କରିଥିବା ବେଳେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସ୍ରୁଷ୍ଟି କରିବ ବୋଲି କହିଛନ୍ତି । ଜାନୁୟାରୀ ମାସରେ ଆଫସାର ଚତୁର୍ଥ ବାର୍ଷିକ ଉତ୍ସବରେ ଏହି ଆମ୍ବୁଲାନ୍ସ ଲୋକ ମାନଙ୍କ ହିତରେ ଲୋକାର୍ପିର୍ତ ହେବ ବୋଲି କୁହାଯାଇଛି ।