ବାଇପାସ୍ ରୋଡ ପାଇଁ ଯୁଗ୍ମ ବିଭାଗର ଆକଳନ
ଆସିକା: ମାନ୍ୟବର ଆସିକା ବିଧାୟକଙ୍କ କଥା ରକ୍ଷା କରି ରାଜ୍ୟର ମୋହନ ସରକାର କାଳଷଣ୍ଢପୁର ଠାରେ ଚାରି ଲାଇନ ବିଶିଷ୍ଠ ବାଇପାସ ରୋଡ଼ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି । ଏଥି ନେଇ ଏକ ଯୁଗ୍ମ କମିଟି ଘଟଣା ସ୍ଥଳରେ ପହଁଞ୍ଚô ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିଦେ୍ର୍ଦଶ ଆସିଛି । ବ୍ରହ୍ମପୁର ଡିଭିଜନର ଜାତୀୟ ରାଜପଥ ବିଭାଗ ପକ୍ଷରୁ କାଳଷଣ୍ଢପୁର ଠାରୁ ଘାସିବିଲି ଏବଂ ଘାସିବିଲି ଠାରୁ ଗୁଣ୍ଠପଡା ମଧ୍ୟରେ ୫୯ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବ । କାଳଷଣ୍ଢପୁର ଜାତୀୟ ରାଜପଥ ଉପରେ ନୂତନ ସେତୁ ନିର୍ମାଣ ସକାଶେ ଯୁଗ୍ମ କମିଟି ଅନୁଧ୍ୟାନ କରିଛନ୍ତି । ଏହି ଅନୁଧ୍ୟାନ ବେଳେ ଜାତୀୟ ରାଜପଥର ଅଧିକ୍ଷଣ ଯନ୍ତ୍ରୀ ଅଧିକାରୀ ଇ.ସୋମ୍ୟରଞ୍ଜନ ମଲ୍ଲିକ, ନିର୍ବାହୀ ଯନ୍ତ୍ରୀ ଇ.ଶକ୍ତିଜିତ ପାଣିଗ୍ରାହୀ, ବିଦୁ୍ୟତ ବିଭାଗ ର ସହକାରୀ ଯନ୍ତ୍ରୀ ଇ.ଆଦିତ୍ୟ ଦାଶ, କନିଷ୍ଠ ଯନ୍ତ୍ରୀ ଇ. ରାକେଶ ପାତ୍ର, ଇ. ଅସିତ ପଣ୍ଡା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଏସଡ଼ିଓ ଚିନ୍ମୟ କୁମାରୀ ରାଉତ ଓ ମୁନକ୍ଷ କାଳୁଡ଼ିଆ ପ୍ରମୁଖ ଫିଲଡ଼ ରେ ଉପସ୍ଥିତ ରହିଥିଲେ । କାଳଷଣ୍ଢପୁର -ଘସିବିଲି ଠାରୁ ଋଷିକୂଲ୍ୟା ନଦୀ ପାର ହୋଇ ଝଗଡେଇ -ଗୁଣ୍ଠପଡା ମଝିରେ ବାହାରିବା ନିମନ୍ତେ ପ୍ଲାନ କରାଯାଇଛି । ଆସିକା ର ଜନସଂଖ୍ୟା ବୃଦ୍ଧି, ଯାନବାହାନର ବହୁଳ ବ୍ୟବହାର ଯୋଗୁଁ ଟ୍ରାଫିକ ସମସ୍ୟା ଲାଗି ରହୁଛି । ତେଣୁ ଏହି ବାଇପାସ ରୋଡ଼ ହେଲେ ପାଇପ, ବିଦୁ୍ୟତ ଏବଂ ରାସ୍ତାର ସୁବିଧା ଅସୁବିଧା ଉପରେ ଏକ ରିପୋର୍ଟ ଦେବାକୁ କୁହାଯାଇଛି ।