କେନ୍ଦୁପତ୍ର କର୍ମଚାରୀ ସଂଘର ଆନେ୍ଦାଳନ ସ୍ଥଗିତ

 ନୂଆପଡା: ଡିଏଫଓ (କେନ୍ଦୁପତ୍ର) ଙ୍କ ଖଡ଼ିଆଳ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ଉପ ସଭାପତି ଗୋକୁଳ ମେହେର, ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀ, ସଂଜିତ୍ ମହାନ୍ତି, ମହମ୍ମଦ ମୂର୍ତଜା, ଶିବାନନ୍ଦ ପରିଝା, ପଦମପୁର ସଂଘର ନେତା କୋକିଳ ସାହୁ, ଦୀପକ ଭୋଇ ପ୍ରମୁଖଙ୍କୁ ନେଇ ଏକ ରାଜୟସ୍ତରୀୟ ପ୍ରତିନିଧି ଦଳ ବଲାଙ୍ଗୀର କେନ୍ଦୁପତ୍ର ମଣ୍ଡଳର  ସିସିଏଫ  ରଞ୍ଜିତ ମଲ୍ଲିକ ଓ ବନଖଣ୍ଡ ଅଧିକାରୀ ଏସ୍କେ ନାୟକଙ୍କ ସହିତ ଖଡ଼ିଆଳ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ ସଂଘ ବିରୋଧୀ, ଶ୍ରମିକ ତୋଳାଳୀ ବିରୋଧୀ ମାନସିକତା,  ବର୍ଷକ ଭିତରେ ଡ଼ିଭିଜନରେ ହୋଇଥିବା ବ୍ୟାପକ ଦୁର୍ନିତୀ ତଥା  ଅନୈତିକ ଶ୍ରମ ଅଭ୍ୟାସ ବିରୁଦ୍ଧରେ  ସୃଷ୍ଟି ହୋଇଥିବା ଗଭୀର ଶ୍ରମିକ ଅଶାନ୍ତି ଓ ଅସନ୍ତୋଷ ନିମନ୍ତେ ଆସନ୍ତା ୧୪ ଫେବ୍ରୁଆରୀ ୨୦୨୫ ଦିନ ହେବାକୁ ଥିବା ଖଡ଼ିଆଳ ଡ଼ିଭିଜନ କାର୍ଯ୍ୟାଳୟ  ଘେରାଉ ଉପରେ ବିସ୍ତୃତ ଚର୍ଚ୍ଚା ଆଲୋଚନା ହୋଇଥିଲା । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖଡ଼ିଆଳ ଡ଼ିଭିଜନ ସଂପାଦକ ତଥା ରାଜ୍ୟ ସଂପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଗତ ୩୧/୦୧/୨୦୨୫ ରେ ଡ଼ିଭିଜନ କମିଟିର ଜରୁରୀ ବୈଠକ ବସି ଡିଏଫ୍ଓଙ୍କ କାର୍ଯ୍ୟାଳୟ ଘେରାଉ ଓ ଅଚଳ କରିବା ପାଇଁ ନୋଟିସ୍ ପ୍ରଦାନ କରଯାଇଥିଲା । ଖଡ଼ିଆଳ ଡ଼ିଭିଜନ ସଂଘ ତରଫରୁ ଡିଏଫ୍ଓ  ଏସ୍କେ ନାୟକଙ୍କ ବିରୁଦ୍ଧରେ ଫଡ଼ି ଘର ଉଚ୍ଛେଦ ଅଭିଯାନ, ସିଜିନାଲ ଷ୍ଟାଫ୍ଙ୍କୁ ନିର୍ଦ୍ଧାରିତ ବର୍ଦ୍ଧିତ କାର୍ଯ୍ୟକାଳ ଅବଧିର ଦରମା ପ୍ରଦାନ ନ କରିବା, ସିଜିନାଲ ଷ୍ଟାଫ୍ଙ୍କ ୨୦୨୩ ବର୍ଷର ଆଦୌ ଗସ୍ତ ଖର୍ଚ୍ଚ ନ ଦେବା, ଡିଭିନାଲ୍ ୱେଲ୍ଫେୟର କମିଟିରେ ସଂଘ ପ୍ରତିନିଧିଙ୍କୁ ବାଦ୍ ଦେବା, ଅବସର ପ୍ରାପ୍ତ ସିଯିନାଲ୍ ଷ୍ଟାଫଙ୍କୁ ଗ୍ରାଚୁ୍ୟଇଟି ପ୍ରଦାନ୍ ନ କରିବା, ପ୍ରମୋସନ୍ ନିଯୁକ୍ତିରେ ଦୁର୍ନିତୀ ଓ ମନମାନି କରିବା, ଶୁଖା ରଖା, ଫଡ଼ିଘର, ଗୋଦାମ ଘର, ମରାମତି ରକ୍ଷଣା ବେକ୍ଷଣ ତଥା ଗୋଛା କଟେଇରେ ବ୍ୟାପକ ଦୁର୍ନିତୀ ହେତୁ ଖରିଆର  ଡ଼ିଭିଜନର ଶ୍ରମିକ, ସିଜିନଲ ଷ୍ଟାଫ୍ ଓ ତୋଳାଳୀଙ୍କ ଅଶେଷ କ୍ଷତି ସହିତ ସଂସ୍ଥାକୁ ବୁଡ଼ଇ ଦେବାର ବ୍ୟବସ୍ଥା ହେଉଥିବାର ଲମ୍ବା ଅଭିଯୋଗ  ଡିଏଫ୍ଓଙ୍କ ବିରୁଦ୍ଧରେ ଆଗତ କରାଯାଇଥିଲା । ଏ ପ୍ରସଙ୍ଗରେ ରାଜ୍ୟ ସମ୍ପାଦକ ଶ୍ରୀ ପାଣିଗ୍ରାହୀ ରାଜ୍ୟ ଜଙ୍ଗଲ ମନ୍ତ୍ରୀ  ଗଣେଷ ରାମ ସିଂହ ଖୁଣ୍ଟିଆ, ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସତ୍ୟ ବ୍ରତ ସାହୁ, ପିସିସିଏଫ୍  ଦେବୀ ଦତ୍ତ ବିଶ୍ୱାଳ, ସିସିଏଫ୍ ବଲାଙ୍ଗୀର ସର୍କଲ  ରଞ୍ଜିତ ମଲ୍ଲିକ ଓ ସଂଘ ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା କରି ଅବଗତ କରାଇଥିଲେ । ସଂଘ ରାଜ୍ୟ ସଭାପତି ବିଜୟ ମହାନ୍ତି ପତ୍ରାଳାପ ମାଧ୍ୟମରେ ପିସିସି ଏଫ୍ ବିଶ୍ୱାଳଙ୍କୁ  ଖଡ଼ିଆଳ  ଡ଼ିଭିଜନ ଦ୍ୱାରା ଦିଆଯାଇଥିବା ଆନେ୍ଦାଳନ ଡ଼ାକରାକୁ ସମର୍ଥନ ଜଣେଇ ତୁରନ୍ତ ହସ୍ତକ୍ଷେପ କରିବାକୁ ପିସିସିଏଫ୍  ଶ୍ରୀ ମଲ୍ଲିକଙ୍କୁ ନିବେଦନ କରିଥଲେ । ପିସିସିଏଫ୍ ଶ୍ରୀ  ବିଶ୍ୱାଳଙ୍କ ନିଦେ୍ର୍ଦଶ ମୁତାବକ ସିସିଏଫ୍ ଶ୍ରୀ ମଲ୍ଲିକ ଗତକାଲି ସନ୍ଧ୍ୟାରେ  ଡିଏଫ୍ଓ ଖଡ଼ିଆଳଙ୍କ କାର୍ଯ୍ୟାଳୟରେ ସଂଘ  ସହିତ ଆଲୋଚନା କରିବା ପାଇଁ  ଆସିଥିଲେ । ଆଲୋଚନା ମାଧ୍ୟମରେ ଶ୍ରମିକ ଅଶାନ୍ତି ଦୂର କରିବା ସହିତ ତଦନ୍ତ  ରିପୋର୍ଟ ଦେବାକୁ  ସିସିଏଫ୍ ଶ୍ରୀ ମଲ୍ଲିକଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ପ୍ରାୟ ଚାରି ଘଣ୍ଟା ସରଗରମ ଆଲୋଚନା ଏବଂ ଅନେକ ଦାବୀରେ ସହମତି ପ୍ରକାଶ ହେଲା ପରେ ଆସନ୍ତା ୧୪/୦୨/୨୦୨୫ ଶୁକ୍ରବାର ଦିନ ହେବାକୁ ଥିବା ଆନେ୍ଦାଳନକୁ ସଂଘ ସ୍ଥଗିତ ରଖିଲା  । ଡିଏଫ୍ ଓ ଶ୍ରୀ ନାଏକଙ୍କ ସଂଘ ଓ ଶ୍ରମିକ ବିରୋଧୀ ମାନସିକତାକୁ ଶ୍ରୀ ପାଣଗ୍ରାହୀ ତୀବ୍ର ନିନ୍ଦା ଓ ଭର୍ସନା କରିଥଲେ ।  । ଡିଏଫ୍ଓ ଶ୍ରୀ ନାଏକ ସଂଘ ସହିତ ଭୁଲ୍ ବୁଝାମଣା ଓ ଅନିଚ୍ଛା ଗତ ତୃଟି ପାଇଁ  ଦୁଃଖ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଏପରି ହେବ ନାହିଁ କହି ପ୍ରତିଶ୍ରୁତି  ଦେଲା ପରେ ସଂଘ ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ।