ପାର୍ଲର ମାଲିକାଣୀ ଆତ୍ମହତ୍ୟା ଘଟଣା : କୋର୍ଟ ଚାଲାଣ ହେଲେ ପ୍ରେମିକ

 ସିଂହପୁର/ବିଞ୍ଝାରପୁର : ବିଞ୍ଝାରପୁର ଥାନା ଖରସ୍ରୋତା କଲେଜ ଛକ ନିକଟରେ ଥିବା ବିୟୁଟି ପାର୍ଲର ମାଲିକାଣୀଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରେମିକ ଜରି ଗ୍ରାମର ମହେଶ୍ୱର ସାମଲଙ୍କ ପୁଅ ମନୋଜ ହୋଇଥିବା ବେଳେ ଫାର୍ମାସିଷ୍ଟ ଛାତ୍ର ବୋଲି ଜଣାପଡ଼ିଛି । ମୃତା ଯୁବତୀ କଲ୍ୟାଣପୁର ଇଚ୍ଛାପୁର ଗ୍ରାମର ଇସ୍ପିତା ବଳ ଆତ୍ମହତ୍ୟା ପଛରେ ପ୍ରେମ ବ୍ୟାପାର ଥିବା ପୁଲିସ ସନେ୍ଦହ କରି ତଦନ୍ତ ଆରମ୍ଭ କରିଥିଲା । ମୃତା ଯୁବତୀଙ୍କ ଭଉଣୀ ବିଞ୍ଝାରପୁର ଥାନାରେ ହତ୍ୟା ଅଭିଯୋଗ କରିଥିବା ବେଳେ ଅଭିଯୋଗରେ ମନୋଜ କଥା ଦର୍ଶାଇଥିଲେ । ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ତଦନ୍ତ କରିବା ବେଳେ ମନୋଜ ଇସ୍ପିତା ସହ ଦୀର୍ଘଦିନ ହେବ ସମ୍ପର୍କରେ ରହି ଆସୁଥିଲା । ପୁଲିସ ମନୋଜକୁ ଉଠାଇ ଆଣି ଥାନାରେ ଅଟକ ରଖି ମାରାଥନ ଜେରା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା । ପ୍ରେମିକ ଇସ୍ପିତାଙ୍କୁ ଭଲପାଉବା ବେଳେ ଶେଷରେ କୁଆଡ଼େ ବିବାହ କରିବାକୁ ମନାକରିବାରୁ ନିଜ ପାର୍ଲରେ ବେକରେ ଓଢଣୀରେ ଆତ୍ମହତ୍ୟା କରିଥିଲେ । ଘଟଣାରେ ବିଞ୍ଝାରପୁର ଥାନା ପୁଲିସ କେସ ନଂ ୩୯୦/୨୫ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।