ବାଘାଯତୀନ ବଳିଦାନ ଦିବସ
ାା ପ୍ରଭାନୁ୍ୟଜ ।ା କପ୍ତିପଦା : ବାଘାଯତୀନ ସ୍ମୃତିପୀଠ ମହୁଲଡ଼ିହା ଠାରେ ସହିଦ ବାଘାଯତୀନଙ୍କ ୧୦୯ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ, ଯେତେବେଳେ ସହିଦଙ୍କ କଥା ଆସେ ସେତେବେଳେ ନିଶ୍ଚିତ ମନେ ପଡନ୍ତି ବାଘାଯତୀନ । ଯିଏ କି ନିଜର ଯୌବନକୁ ମଧ୍ୟ ଜଳାଞ୍ଜଳି ଦେଇଥିଲେ ଦେଶମାତୃକା ପାଇଁ । ଆଉ ଆଜିର ଦିନରେ ଛିଡା କରିଯାଇଛନ୍ତି ଏକ ବିରାଟ ଇତିହାସ ବୋଲି ମତପ୍ରକାଶ କରିଥିଲେ । ଇଂ ଅଶୋକ କୁମାର ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କ୍ଷେତ୍ରୀୟ ଗ୍ରାମ ବିକାଶର ସଂଯୋଜକ ଇଂ ଅଶୋକ କୁମାର ପାଢୀ, ବିଶିଷ୍ଟ ଅତିଥିଭାବେ କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ପିଏଆଇଟିଡିଏ ନରେନ୍ଦ୍ର ଖମାରୀ, ଉଦଳା ଏନ୍ଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବିଇଓ ଦୀପକ କୁମାର ମିଶ୍ର, ବାଲିଆପାଳ ରକ୍ତତୀର୍ଥ ଯାତ୍ରୀର ସଂପାଦକ ଅରୋବିନ୍ଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସହିଦ୍ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ ମଞ୍ଚ ପରିଚାଳନା କରିଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ସନ୍ତୋଷ କୁମାର ସାହୁ । ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସ୍ମୃତି ପରିଷଦର ଆବାହକ ସତ୍ୟନାରାୟଣ ମିଶ । ସଂପାଦକୀୟ ବିବରଣୀ ପାଠ କରିଥିଲେ ସ୍ମୃତି ପରିଷଦର ସଂପାଦକ ସୁଶାନ୍ତ ମିଶ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସହିଦ ଭଗୀରଥ ମହାନ୍ତିଙ୍କୁ ମରଣୋତ୍ତର ସମ୍ମାନ ତାଙ୍କ ପିତା ଗଦାଧର ମହାନ୍ତିଙ୍କୁ, କୃଷି ବୈଜ୍ଞାନିକ ପରେଶ ଚନ୍ଦ୍ର ବେହେରା, ନାରୀ ସଂଗଠିକା ମୀନତି ବିନ୍ଧାଣୀ ଏବଂ ସାରସ୍ୱତ ସାଧକ ଭାବେ ଭାସ୍କର ଚନ୍ଦ୍ର ବାରିକ୍ଙ୍କୁ ସ୍ମୃତି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ସ୍ମୃତି ପରିଷଦର ସହସଂପାଦକ ସୁଶାନ୍ତ ମହାନ୍ତି, ଶିକ୍ଷକ ସନ୍ତୋଷ କୁମାର ସାହୁ, ଗୋଲକ ଚନ୍ଦ୍ର ବେଜ, ରାଜକିଶୋର ବେହେରା, ଆଶୀଷ କୁମାର ମଲ୍ଲିକ୍, ସୂର୍ଯ୍ୟରାଜ ବେହେରା । ଏହି ଅବସରରେ କପ୍ତିପଦାରେ ବାଘାଯତୀନଙ୍କ ସହଯୋଗୀ ବନ୍ଧୁ ମଣୀନ୍ଦ୍ର ନାଥ ଚକ୍ରବର୍ତ୍ତୀଙ୍କ ‘କେଦାର କୁଟୀର’କୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ବ୍ୟକ୍ତିବିଶେଷ ଦର୍ଶନ କରି ସେଠାରେ ଥିବା ସହିଦ୍ମାନଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ମୃତି ବେଦୀରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ସଭାପତି ଶ୍ରୀଯୁକ୍ତ ଚକ୍ରବର୍ତ୍ତୀ । ସ୍ମୃତିପୀଠରୁ ସହିଦ୍ ଜ୍ୟୋତିକୁ ପ୍ରଜଳ୍ୱନ କରି ଛାତ୍ରଛାତ୍ରୀ ତଥା ଅତିଥିମାନେ ଏକ ଶୋଭାଯାତ୍ରାରେ କପ୍ତିପଦା ବଜାର ଓ ଗ୍ରାମ ପରିକ୍ରମା କରି ପହଂଚିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱାଗତ ସଂଗୀତ ଗାନ କରିଥିଲେ କେଜିବିଭିର ଛାତ୍ରୀ । କପ୍ତିପଦା ମହାବିଦ୍ୟାଳୟ ଏନ୍ଏସ୍ଏସ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ ଶିବିରକୁ ଉଦ୍ଘାଟନ କରିଥିଲେ । ମହାବିଦ୍ୟାଳୟର ରେଡକ୍ରସ ସଂଯୋଜକ ଦୁଷ୍ମନ୍ତ ସାହୁ, ସଂଯୋଜିକା ଡ.ଭାରତୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୮ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ତପନ ସେଠୀ, ଆଲୋକ ବେହେରା, ପ୍ରମୋଦ ଦାଶ, ଗୋପିନାଥ ନାୟକ, ନିରଂଜନ ମହାନ୍ତି, ସନ୍ତୋଷ ବେହେରା, ଶତ୍ରୁଘ୍ନ ମହାନ୍ତି, ସ୍ମୃତି କମିଟିର ସମସ୍ତ ସଦସ୍ୟଙ୍କ ସମେତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ମାଧ୍ୟମିକ ଶିକ୍ଷାକେନ୍ଦ୍ରର ସମସ୍ତ ଅପାଭାଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।