ଅଳିଆକୁ ନେଇ ଝମେଲା
ରାଜଧାନୀ ଭୁବନେଶ୍ୱରରେ ସୈନିକ ସ୍କୁଲ୍ର ଉତ୍ତର ପଟେ ଥିବା ଖାଲି ସ୍ଥାନକୁ ପ୍ରାୟ ଦୀର୍ଘ ୨୦ ବର୍ଷ ହେଲା ଅଳିଆଗଦା ଭାବରେ ବ୍ୟବହାର କରାଯାଉଛି । ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡ୍ରୁ ବାହାରୁଥିବା ଅଳିଆକୁ ପ୍ରଥମେ ଏଠାରେ ଗଦା କରାଯାଇ ତାହା ପରେ ଚନ୍ଦକା ଜଙ୍ଗଲ ଭିତରେ ଥିବା ଦାରୁଠେଙ୍ଗ ଠାରେ ଏହାକୁ ଗଦା କରାଯାଉଥିଲା । ବର୍ତ୍ତମାନ ଦାରୁଠେଙ୍ଗରେ ଲୋକମାନେ କିଛି ବର୍ଷ ହେଲା ଏହି ଅଳିଆ ଗଦାକୁ ବିରୋଧ କରିଛନ୍ତି । ଫଳରେ ସେଠାକୁ ଆଉ ଅଳିଆ ନିଆଯାଉନାହିଁ । ହେଲେ ବି ସେଠାରେ ବର୍ତ୍ତମାନ ଅଳିଆର ଏକ ପାହାଡ଼ ଜମା ହୋଇ ରହିଛି । ବର୍ତ୍ତମାନ ସୈନିକ ସ୍କୁଲ୍ ପଛପଟେ ତିଆରି କରାଯାଇଥିବା ଅଳିଆଗଦାର ଅବସ୍ଥା ଠିକ୍ ଦାରୁଠେଙ୍ଗ ଭଳି ହୋଇଗଲାଣି । ଏଠାରେ ମଧ୍ୟ ଏହା ଅଳିଆର ପାହାଡ ÿହୋଇଯାଇଛି । ଏହାର ଗନ୍ଧରେ ବୀର ସୁରେନ୍ଦ୍ର ସାଏ ନଗର ଅଞ୍ଚଳ ତଥା ଆଖପାଖର ଲୋକେ ରହିପାରୁନାହାନ୍ତି । ତେଣୁ ମହାନଗର ନିଗମ ସୈନିକ ସ୍କୁଲ୍କୁ ଏଠାକୁ ସ୍ଥାନାନ୍ତର କରି ବିସ୍ତୀର୍ଣ୍ଣ ଅଞ୍ଚଳକୁ ଅଳିଆଗଦା କରିବାକୁ ଯୋଜନା କରିଛି, ମାତ୍ର ସୈନିକ ସ୍କୁଲ୍ ଭଳି ଏକ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବାର ଯୋଜନା ବିଷୟରେ ଜାଣିବା ପରେ ଏହାର ପୂରାତନ ଛାତ୍ର ଏବଂ ସାଧାରଣ ନାଗରିକ ତଥା ଶିକ୍ଷାବିତ୍ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଲେଣି । ଗୋଟିଏ ଅଳିଆଗଦାକୁ ହଟେଇ ନପାରି ସୈନିକ ସ୍କୁଲ୍ ଭଳି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ ହଟେଇବା ପାଇଁ ସରକାର ଚିନ୍ତା କରିବାରୁ ଏହାକୁ ପ୍ରବଳ ବିରୋଧ କରାଯାଇଛି । ସରକାର ଯଦି ଏ ପ୍ରକାରର ଏକ ଯୋଜନାରୁ ନଓହରନ୍ତି ଭବିଷ୍ୟତରେ ଏହା ଏକ ବଡ଼ଧରଣର ଆନେ୍ଦାଳନରେ ପରିଣତ ହେବ ।
ଇତିମଧ୍ୟରେ ସୈନିକ ସ୍କୁଲ୍ ସ୍ତାନାନ୍ତରକୁ ନେଇ ସ୍ଥାନୀୟ ବାସିନ୍ଦା ତଥା କିଛି ସାମାଜିକ ସଙ୍ଗଠନର କର୍ମକର୍ତ୍ତା ମିଳିତ ଭାବରେ ଏକ ଆଲୋଚନା କରି କୌଣସି ବି ପରିସ୍ଥିତିରେ ସୈନିକ ସ୍କୁଲ୍ର ସ୍ତାନାନ୍ତର କରାଇ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସୈନିକ ସ୍କୁଲ୍ ବର୍ତ୍ତମାନ ଭୁବନେଶ୍ୱର ପାଇଁ ଏକ ଐତିହ୍ୟ । ସୈନିକ ସ୍କୁଲ୍କୁ ଭୁବନେଶ୍ୱରରେ ସ୍ଥାପନ କରାଯିବା କ୍ଷେତ୍ରରେ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କର ଅବଦାନ ଅବିସ୍ମରଣୀୟ । ଏଭଳି ଏକ ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟକୁ ଛାରଖାର କରିଦେବା ପାଇଁ ଚକ୍ରାନ୍ତ କରାଯାଉଛି ବୋଲି ସୈନିକ ସ୍କୁଲ୍ ଅଭିଭାବକ ସଂଘ, ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ କମିଟି, ଗାଡ଼କଣ ଗ୍ରାମବାସୀ, ସିଟିଜେନ୍ ଫୋରମ୍ ତଥା ଅନେକ ବୁଦ୍ଧିଜୀବୀଙ୍କୁ ନେଇ ସୈନିକ ସ୍କୁଲ୍ ବଞ୍ଚାଓ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ବିଦ୍ୟାଳୟ ସ୍ଥାନାନ୍ତର ପ୍ରସଙ୍ଗରେ ସରକାରଙ୍କ ଠାରୁ ଏକ ସ୍ପଷ୍ଟୀକରଣ ଦାବି କରାଯାଇ ୧୦ ଦିନ ସମୟ ଦିଆଯାଇଛି । ୧୦ ଦିନ ମଧ୍ୟରେ ସରକାର ବିଦ୍ୟାଳୟର ସ୍ଥାନାନ୍ତର ପ୍ରସଙ୍ଗର ସ୍ପଷ୍ଟୀକରଣ ନରଖିଲେ ସୈନିକି ସ୍କୁଲ୍ ଗେଟ୍ ଏବଂ ଅନ୍ୟାନ୍ୟ ଗେଟ୍ ଦେଇ କୌଣସି ଅଳିଆ ଗାଡ଼ିକୁ ପୁରାଇ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ସ୍ଥାନୀୟ ଗାଁ ଗୁଡ଼ିକ ମଧ୍ୟ ଏଥିରେ ମିଶି ଆନେ୍ଦାଳନ କରିବେ ବୋଲି ଜଣାପଡ଼ିଲାଣି । ଭବିଷ୍ୟତରେ ସୈନିକ ସ୍କୁଲ୍ର ସ୍ଥାନାନ୍ତରକୁ ନେଇ ଏକ ବଡ଼ଧରଣର ଜନ ଆନେ୍ଦାଳନ ରାଜଧାନୀ ଭୁବନେଶ୍ୱରରେ ହେବାକୁ ଯାଉଛି । ଶିକ୍ଷାନୁଷ୍ଠାନକୁ ରାସ୍ତା ସମ୍ପ୍ରସାରଣ ନାଁ ନେଇ ଏହି ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନକୁ ନଷ୍ଟଭ୍ରଷ୍ଟ କରିଦେବା ପାଇଁ ହେଉଥିବା ଉଦ୍ୟମର ପ୍ରତିରୋଧ କରାଯିବ ବୋଲି ସୈନିକ ସ୍କୁଲ୍ ବଞ୍ଚାଓ ଅଭିଯାନ ପକ୍ଷରୁ କୁହଗଲାଣି । ଗୋଟିଏ ଅଳିଆଗଦାକୁ ଉଠେଇ ନପାରି ସୈନିକ ସ୍କୁଲ୍କୁ ଉଠେଇ ଦେବା ପାଇଁ କୁହାଯିବା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଥିବାରୁ ଏ ସମସ୍ୟାର ସମାଧାନ ତୁରନ୍ତ ଆବଶ୍ୟକ ।