ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳିତ

 ବଲାଙ୍ଗୀର:  ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା, ଭାରତ ରନô ଅଟଳ ବିହାରୀ ବାଜପେୟୀଙ୍କ ଶତ ବାର୍ଷିକୀ ଜୟନ୍ତୀ, ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର, ତେଲିଗୋଠପଡା ଠାରେ ପାଳନ ହୋଇଯାଇଛି । ଏଥିରେ ବଲାଙ୍ଗିର ପୂଜ୍ୟପୂଜା ସଂଗଠନ, ସଂଗଠକ ମଦନ ରଥଙ୍କ ସହଯୋଗ କରିଥିଲେ । ଏହି ଅବସରରେ ପରିଷଦର ସଭାପତି ଡକ୍ଟର ଭବାନୀ ଶଙ୍କର ପଟେଲ ପୌରହିତ୍ୟ  କରିଥିଲେ । ମୁଖ୍ୟ ଅତିଥିô ଭାବରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଦୀପ ପ୍ରଜ୍ୱଳନ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗିରିଜା ଶଙ୍କର ରଥ ସମ୍ମାନିତ ଅତିଥି, ମୁଖ୍ୟବକ୍ତା ଭାବେ ଡ. ପ୍ରେମ ·ନ୍ଦ ମହାନ୍ତି, ଅବସରପ୍ରାପ୍ତ ପ୍ରଧ୍ୟାପକ ମଂଚାସିନ ଥିଲେ । ସଭାକୁ ସଂଯୋଜନା କରିଥିଲେ ଡା. ଅଶୋକ କୁମାର ସେଠୀ । ଏହି ସଭାରେ ମୁଖ୍ୟ ବକ୍ତାଙ୍କ ସହ ସମସ୍ତ ଅତିଥୀ ବୃନ୍ଦ ଅଟଳଙ୍କ ଜୀବନୀ ତଥା ପ୍ରତିଭା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ କବିତା ପାଠୋତ୍ସବ ହୋଇଥିଲା । କବିତା ପାଠ କରିଥିଲେ ପଙ୍କଜିନୀ ପଣ୍ଡା, ପୂଣ୍ଣଚନ୍ଦ୍ର ତ୍ରିପାଠି, ହୃଷିକେଶ ପୁରୋହିତ, ବଳିଷ୍ଠ ପ୍ରଧାନ, ନଳିନୀପ୍ରଭା ଶତପଥି, ରାଜ କିଶୋର ପଣ୍ଡା, ଧର୍ମବ୍ରତ ରଥ, ରଶ୍ମି ପାତ୍ର, ଡା. ଅଶୋକ ସେଠୀ, ଗିରିଜା ଶଙ୍କର ରଥ, ଡ. ଭବାନୀ ଶଙ୍କର ପଟେଲ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ସଭାପତି ଡ. ଭବାନୀ ଶଙ୍କର ପଟେଲ ନିଜ ସଭାପତିତ୍ୱ ଅଭିଭାଷଣରେ ଅଟଳଙ୍କର ମହାନୁଭବତାର ଗୁଣ କିର୍ତ୍ତନ ସହ ଉପସ୍ଥିତ ମୁଖ୍ୟ ଅତିଥି ତଥା ବକ୍ତାଙ୍କ ବକ୍ତବ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ସଭାରେ ନାଟ୍ୟକାର ଜଗଦାନନ୍ଦ ଛୁରିଆ, ଜୟ କୁମାର ଆ·ର୍ଯ୍ୟ, ପ୍ରମୋଦ କୁମାର ସାହୁ, ରମାଇ ଷଡଙ୍ଗୀ, ବିଭୁଦତ୍ତ ମିଶ୍ର, ଦିବାକର ହୋତା, ସୁକାନ୍ତୀ ମଂଜରୀ ପାଣି ତଥା ଅନେକ ସାହିତି୍ୟକ, ସମାଜସେବୀ ସମାବେଶ ହୋଇଥିଲେ । ଶେଷରେ ଧର୍ମବ୍ରତ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।