ହୃଦ୍ଘାତରେ ଆଇନଜୀବୀଙ୍କ ପରଲୋକ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଦେଓଗାଁ କଚ୍ଛାରପାଲି ଅଧିବାସୀ ତଥା ଆଇନଜୀବୀ ଅନନ୍ତ ସାହୁଙ୍କ ହୃଦ୍ଘାତରେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ଅନନ୍ତଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସେ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ । ମୃତୁ୍ୟଖବର ପ୍ରଚାରିତ ହେବା ପରେ ଅନନ୍ତଙ୍କ ବାସଭବରେ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଭିଡ ଜମିଥିଲା । ଅନନ୍ତ ସାହୁଙ୍କ ଅକାଳ ବିୟୋଗରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ, ସମ୍ପାଦକ ସଞ୍ଜୟ ବଗର୍ତ୍ତୀ, ସଭ୍ୟ ବାଳକୃଷ୍ଣ (ବୁଢ଼ା) ଷଡଙ୍ଗୀ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଅନନ୍ତଙ୍କ ବିୟୋଗରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।