ବାଡା ଉଚ୍ଛେଦ କଲା ପ୍ରଶାସନ

 ବନ୍ତ : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବେଲଦା ଗ୍ରାମରେ ଆଜି ପ୍ରଶାସନ ପକ୍ଷରୁ ବାଡାକୁ ଉଚ୍ଛେଦ କରିଛି । ଗ୍ରାମରେ ଆରଡି ରାସ୍ତା ନିର୍ମାଣ ଚାଲିଥିବା ବେଳେ ସେହି ଗ୍ରାମର ଦୀର୍ଘ ବର୍ଷ ହେବ ସରକାରୀ ରାସ୍ତା ଉପରେ ଗ୍ରାମର ପୀତବାସ ରାଉତ ଓ କରୁଣାକର ରାଉତ ବାଡା ବସାଇ ରାସ୍ତାକୁ ଅବରୋଧ କରିଥିଲେ । ଗ୍ରାମବାସୀ ଓ ନିଜେ ବାରମ୍ବାର ଅମିନ ସାହାଯ୍ୟରେ ମପାମପି ପରେ ମଧ୍ୟ ସରକାରୀ ଜାଗା ଅବରୋଧ କାରି ନିର୍ମାଣ କରିଥିବା ମନ୍ଦିର ଭିତର ପର୍ଯ୍ୟନ୍ତ ବାହାରିଥିଲା । ଏହି ଘଟଣାକୁ ନେଇ ଗ୍ରାମବାସୀ ବାଡାକୁ ହଟାଇବା ପାଇଁ କହିଥିଲେ ମଧ୍ୟ ଏହି କଥାକୁ ଭ୍ରୁକ୍ଷେପ କରିନଥିଲା । ଏଥି ପାଇଁ ରାସ୍ତା କାର୍ଯ୍ୟ ଆଗେଇ ପାରୁନଥିଲା । ବାଧ୍ୟହୋଇ ଗ୍ରାମବାସୀ ବନ୍ତ ତହସିଲ ଜଣାଇଥିଲେ କିନ୍ତୁ ଅପରପକ୍ଷ କୋର୍ଟର ଦ୍ୱାରସ୍ତ ହୋଇଥିଲା କିନ୍ତୁ କୋର୍ଟର ରାୟ ଉଚ୍ଛେଦ ହେବ ବୋଲି ଶୁଣାଇ ଦିଆଯାଇଥିଲା । ରାୟ ଶୁଣାଣି ପରେ  ଆଜି ଏକ ପ୍ଲାଟୁନ ପୋଲିସ ସମେତ ଗ୍ରାମାଞ୍ଚଳ ଥାନାଧିକାରୀ ଦୟାନିଧି ଦାସ, ବନ୍ତ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ସୁପରଭାଇଜର ବ୍ରଜ ଦାସ, ଗଣିଜାଙ୍ଗ ଆରଆଇ ଅନୁପମା ଦାଶ, ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ପକ୍ଷରୁ ଅବରୋଧ ବାଡାକୁ ଜେସିବ ମାଧ୍ୟମରେ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତରେ ଉଚ୍ଛେଦ କରାଯାଇଥିଲା । କିନ୍ତୁ ପ୍ରଶାସନ ପକ୍ଷରୁ ମନ୍ଦିର ସମେତ ବାଡାକୁ ଉଚ୍ଛେଦ ପାଇଁ ଆସିଥିବା ବେଳେ ଗ୍ରାମର ଲୋକେ ଧର୍ମାଅନୁଷ୍ଠାନକୁ ଉଚ୍ଛେଦ ନକରିବାକୁ ପ୍ରଶାସନକୁ ନିବେଦନ କରିଥିଲେ । ଶେଷରେ ବାଡାକୁ ଉଚ୍ଛେଦ କରିଥିଲେ ।