ବାଣିଜ୍ୟ ବିଭାଗର ଆଲୋଚନାଚକ୍ର
ଜଗତସିଂହପୁର: ବିଜୁ ପଟ୍ଟନାୟକ ସ୍ନାତକ କଲେଜରେ ବାଣିଜ୍ୟ ବିଭାଗର ଆଲୋଚନାଚକ୍ର ବିଭାଗୀୟମୁଖ୍ୟ ଉମାକାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ପ୍ରଦୀପ୍ତ ଦାଶ ମୁଖ୍ୟଅତିଥି ଯୋଗଦେଇଥିବା ବେଳେ, ସାଧନ ବ୍ୟକ୍ତିତ୍ୱ ଭାବେ ବାଲିକୁଦା ସ୍ଥିତ ବାଲିକୁଦା କଲେଜର ବାଣିଜ୍ୟ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଦେବବ୍ରତ ଶତପଥି ଯୋଗଦେଇ ସେମିନାରର ଶ୍ରୀର୍ଷକ "ଷ୍ଟକ ଏକ୍ସଚେଞ୍ଜ’ର ଭୂମିକା ସମ୍ପର୍କରେ ବ୍ୟାଖା କରିବା ସହିତ ପିଲାଙ୍କ ସନ୍ଦର୍ଭ ପାଠକୁ ପ୍ରଶଂସା କରିଥିଲେ । +୩ ତୃତୀୟ ବର୍ଷ ବାଣିଜ୍ୟ ସମ୍ମାନ ଛାତ୍ରୀ ଅନ୍ୱସ୍ୱୟା ଦାସ ଓ ପ୍ରଥମ ବର୍ଷ ଛାତ୍ରୀ ନିଲୋଫର ବାହାର, ଛାତ୍ର ସ୍ୱଦେଶ ବିଶାଲ ଓ ତୃପ୍ତି ରଞ୍ଜନ ମହାରଣା ନିଜ ନିଜର ସ୍ୱରଚିତ ସନ୍ଦର୍ଭ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋମ୍ୟରଞ୍ଜନ ନାୟକ, ଚନ୍ଦନ ମହାନ୍ତି, ମହମ୍ମଦ ଆଜିଜୁଲ ହସନ୍ନ, ସରୱର ଖାନ, ଅନୁପ ମହାନ୍ତି, ରୁଦ୍ର ନାରାୟଣ ଚୌଧୁରୀ ପ୍ରମୁଖ ସେମିନାର କକ୍ଷରେ ଉପସ୍ଥିତ ରହି ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପିକା ପୁଷ୍ପାଞ୍ଜଳି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।