ମୃତ ଚାଷୀ ପରିବାରକୁ ଭେଟିଲା କଂଗ୍ରେସ 

 ଜଗତସିଂହପୁର:  ବର୍ଷା ସିନା ଚାଲିଗଲା ହେଲେ ଚାଷୀକୁ ଦୁଃଖ ଦେଇଗଲା । କେଉଁଠୁ ଧାର କରଜ କରି ଚାଷ କରିଥିଲା, ତାକୁ ସୁଝିବବା କେମିତି । ସବୁତ ଅଦିନିଆ ମେଘ ସାରିଦେଲା । ଲଘୁଚାପ ଜନିତ ଲଗାଣ ବର୍ଷାରେ ଶୁଖିଲା ଧାନରେ ପାଣି ପଶିଗଲ । ଯାହାଫଳରେ ଧାନ ନଷ୍ଟ ହୋଇଗଲା । ଏହାକୁ ଦେଖି ଚାଷୀ ଅଧୀର ହୋଇ ଆତ୍ମହତ୍ୟା କରିବାପାଇଁ ବାଧ୍ୟ ହୋଇଛି ଏପରି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ତଣ୍ଡିକୁଳ ଠାରେ । ଚାଷୀର ପରିବାରକୁ ଭେଟିଛନ୍ତି  କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍, ରାଜ୍ୟ କୃଷକ ସେଲ୍ ସଭାପତି ଅମିୟ ପଟ୍ଟନାୟକ, ପିସିସି ସଭ୍ୟ ଦେବପ୍ରସାଦ ନାୟକ, ରଘୁନାଥପୁର ବ୍ଲକ୍ କଂଗ୍ରେସ ପୂର୍ବତନ ସଭାପତି ପ୍ରଶାନ୍ତ ଦାସ, ରଘୁନାଥପୁର ବ୍ଲକ୍ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ଛାତ୍ରନେତା ସାଇପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଭେଟି ପରିବାରକୁ ୧ ଲକ୍ଷ ଟଙ୍କା ସନ୍ତାନମୂଳକ ଅର୍ଥ ପ୍ରଦାନ କରିଥିଲେ । ଦୁଇଦିନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାଢେଚାରିକୋଟି ଜନନାୟକ ନବୀନ ପଟ୍ଟନାୟକ ଜିଲ୍ଲାଗସ୍ତରେ ଆସିଥିବା ବେଳେ, ଏହି ପରିବାରକୁ ସ୍ଥାନୀୟ ବିଧାୟକ ସାରଦା ପ୍ରସନ ଜେନାଙ୍କ ଦ୍ୱାରା ଆର୍ଥିକ ରାଶି ୧ ଲକ୍ଷ ଟଙ୍କା ସାନ୍ତନାମୂଳକ ରାଶି ପ୍ରଦାନ କରିଥିଲେ ।