ଅଲଣାହାଟ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉଦ୍ୟାପିତ

ନାଉଗାଁ: ସର୍ବପୁରାତନ ଅଲଣାହାଟ ହାଇସ୍କୁଲରେ ଦୁଇଦିନ ବ୍ୟାପି ଆରମ୍ଭ ହୋଇଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ୟାପିତ ହୋଇଯାଇଛି । ଗତମାସ ୧୯ ତାରିଖରେ କ୍ରୀଡ଼ା ଶିକ୍ଷକ ଅଭିଜିତ ପରିଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବକୁ ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ପାଢ଼ୀ ଛାତ୍ରଛାତ୍ରୀଙ୍କ ସମାବେଶରେ କ୍ରୀଡ଼ା ପତାକା ଉତ୍ତୋଳନ, ମଶାଲ ପ୍ରଜ୍ୱଳନ ଓ ଶପଥପାଠ ସହିତ ଉଦ୍ଘାଟନ କରିଥିଲେ । ଛାତ୍ରଛାତ୍ରୀ ଉଭୟ ବରିଷ୍ଠ ଓ କନିଷ୍ଟ ବିଭାଗରେ ପ୍ରତିଯୋଗିତାରେ ଛାତ୍ରଛାଥ୍ରୀ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରାଣୀ ଆଚାର୍ଯ୍ୟ, ଶୁଭସ୍ମିତା ନାୟକ, ସଞ୍ଜୟ ନାୟକ, ସତ୍ୟନାରୟଣ ଶିବସୁନ୍ଦର ସ୍ୱାଇଁ, ରୋଜାଲିନ ସ୍ୱାଇଁ, ମଧୁସ୍ମିତା ବେହେରା, ମଧୁସ୍ମିତା ମଲ୍ଲିକ, ଆଶୁତୋଷ ତ୍ରିପାଠୀ, ମନୋସ୍ୱିନୀ ମିଶ୍ର, ସୁଧୀର ବେହେରା, ଲିଙ୍ଗରାଜ ସାହୁ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ବିଭାଗରେ ବିଚାରକ ଭାବେ ଦାଇତ୍ୱ ନିର୍ବାହ କରିଥିଲେ । ବସନ୍ତ ସ୍ୱାଇଁ, ପ୍ରୀତିରଞ୍ଜନ ସାହୁ, ଅମ୍ବିକା ପ୍ରସାଦ ସାହୁ, ଅମୂଲ୍ୟ ମିଶ୍ର, ଟ୍ଟସରୋଜ ମଲ୍ଲିକ ଏବଂ କିଶୋରୀ ମୋହନ ଦାସ ପ୍ରଭୂତି କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ । ଶେଷରେ ପ୍ରତ୍ୟକ ଖେଳରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କ୍ରୀଡ଼ାବିତଙ୍କୁ ପ୍ରଧାନଶିକ୍ଷକ ଓ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।