କଂଗ୍ରେସର ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ
ଜଗତସିଂହପୁର : ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ୱରେ ଆଦିକବି ଶାରଳା ଦାସ ସଂସ୍କୃତ ଭବନ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସମାବେଶରେ ପିସିସି ଉପସଭାପତି ତଥା ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ ସମ୍ବିଧାନ ସୁରକ୍ଷା ନିମନ୍ତେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ କୁମାର ସାହୁ, ପିସିସି ଉପ ସଭାପତି ତଥା ପୂର୍ବତନ ବିଧାୟକ ଡ଼ ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ସାଂସଦ ରଞ୍ଜିବ ବିଶ୍ୱାଳ, ପିସିସି ସାଧାରଣ ସମ୍ପାଦକ ୟାସିର୍ ନବାଜ, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ୱାଇଁ, ଇଂ ହିମାଂଶୁ ଭୁଷଣ ମଲ୍ଲିକ, ନିରଞ୍ଜନ ନାୟକ, ପ୍ରତିମା ମଲ୍ଲିକ, ବିପ୍ଳବ ଚୌଧୁରୀ, ବିଚିତ୍ରାନନ୍ଦ ଲେଙ୍କା,ଦେବପ୍ରସାଦ ନାୟକ, ଡ଼ ଶୁଶାନ୍ତ କୁମାର କାନୁନଗୋ, ଅଜୟ ସାହୁ, ମହମ୍ମଦ ଇମଦାଦ୍, ବିରେନ ଦଳେଇ ପ୍ରମୁଖ ନେତୃମଣ୍ଡଳୀ ଯୋଗଦେଇଥିଲେ । ଏହି ଅବସରରେ ନୂଆପୋଲ ଛକ ଠାରୁ ଏକ ବିଶାଳ ମଟରସାଇକେଲ ଶୋଭାଯାତ୍ରାରେ ନେତୃମଣ୍ଡଳୀକୁ ଅଣାଯିବା ସହ ଆଦିକବି ଶାରଳା ଦାସ ସଂସ୍କୃତ ଭବନ ପରିସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜଗତସିଂହପୁର ଜିଲ୍ଲା କଂଗ୍ରେସ ଓ ବାଲିକୁଦା ବ୍ଲକ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ନେତୃମଣ୍ଡଳୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।