ବାଧ୍ୟତାମୂଳକ ଶିକ୍ଷା ଅଧିକାର ସଚେତନତା ଶିବିର

 ନୂଆପଡ଼ା:  ନୂଆପଡ଼ା ସଦର ବ୍ଲକ ସୁନୁସୁନିଆ ସ୍ଥିତ ମହାମାୟା ଆଇନ କଲେଜରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କିଶୋର ନ୍ୟାୟ ଅଧିନିୟମ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏହି ଆଇନ ସଚେତନତା ଶିବରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ ଯୋଗଦେଇ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଏବଂ ଏହି ଆଇନ ଅନ୍ତର୍ଗତ ଶିଶୁଙ୍କ ମୌଳିକ ଅଧିକାର ସୁରକ୍ଷିତ ରଖିବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ବିଷୟ ରେ ଉପସ୍ଥିତ ଜଣ ସାଧାରଣାଙ୍କୁ ଜଣାଇଥିଲେ । ସେହିପରି ନୂଆପଡା ଶିଶୁ ମଙ୍ଗଳ ସମିତି ସଦସ୍ୟ ନାରାୟଣ ପ୍ରସାଦ ଯୋଶୀ କିଶୋର ନ୍ୟାୟ ଅଧିନିୟମ ବିଷୟରେ ଆଲୋକପାତ କରିଥିଲେ । ଏହି ଶିବିରରେ କଲେଜ ଅଧ୍ୟକ୍ଷ ଡ. ଅନିଲ ତାଣ୍ଡି, ଶିକ୍ଷକଗଣ, ଆଇନ ଛାତ୍ରଛାତ୍ରୀ, ଅଧିକାର ମିତ୍ରଗଣ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ  ।