୪.୧୪ ଲକ୍ଷ ଏସ୍ଏଚଜି ନେଇଛନ୍ତି ୧୭ ଲକ୍ଷ ଋଣ

୪.୧୪ ଲକ୍ଷ ଏସ୍ଏଚଜି ନେଇଛନ୍ତି ୧୭ ଲକ୍ଷ ଋଣ

ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ମୋଟ ୪,୧୩,୬୪୫ ସଂଖ୍ୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗତ ଆର୍ଥିକ ବର୍ଷରେ ୧୬,୫୮,୬୭୫.୬୧ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ଗ୍ରହଣ କରିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କର ଋଣ ଦେୟ କିସ୍ତି ମୁତାବକ ପ୍ରଦାନ କରୁଛନ୍ତି । ଗତ ଆର୍ଥିକ ବର୍ଷ ୨୦୨୩- ୨୦୨୪ରେ ମୋଟ ୧୨,୬୦, ୬୦୮.୮୩ ଲକ୍ଷ ଟଙ୍କା ବ୍ୟାଙ୍କ ରଣ ବାବଦକୁ ବକେୟା ରହିଛି । ଆଜି ଗୃହରେ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।