ଅପରେସନ୍ ସଂକଳ୍ପ ୨୨ ମାଓବାଦୀ ନିପାତ

ମାଲକାନଗିରି: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୨୨ ମାଓବାଦୀଙ୍କ ଜୀବନ ଯାଇଛି  । ଏହି ଅଞ୍ଚଳରେ ଏହା ସବୁଠାରୁ ବଡ଼ ମାଓ ନିରୋଧୀ ଅପରେସନ ବୋଲି କୁହାଯାଉଛି  । ବସ୍ତର ଅଞ୍ଚଳରେ ମାଓବାଦୀଙ୍କୁ ସମୂଳେ ନାଶ କରିବା ପାଇଁ ସୁରକ୍ଷା କର୍ମୀମାନେ ପଣ ନେଇଛନ୍ତି  । ଘଞ୍ଚ ଜଙ୍ଗଲ ଘେରା କାରେଗୁଟା ପର୍ବତରେ ଆଜି ସକାଳୁ ସକାଳୁ ଅପରେସନ୍ ଆରମ୍ଭ ହୋଇଯାଇଥିଲା  । ବରିଷ୍ଠ ପୁଲିସ୍ ଅଧିକାରୀଙ୍କ କହିବା ଅନୁଯାୟୀ, ୨୨ ମାଓବାଦୀଙ୍କ ମରଶରୀର ଉଦ୍ଧାର କରାଯାଇଛି  । ଅପ୍ରେଲ ୨୧ରୁ ଏଯାବତ୍ ଅପରେସନ୍ ସଂକଳ୍ପରେ ୨୬ ମାଓବାଦୀ ମୃତୁ୍ୟ ବରଣ କରିଛନ୍ତି  । ଏହି ଅଭିଯାନରେ ୨୪ ହଜାର ପୁଲିସ୍ ଓ ଯବାନ ସାମିଲ୍ ହୋଇଛନ୍ତି  । ଦଣ୍ଡକାରଣ୍ୟ ସ୍ପେଶିଆଲ୍ ଜୋନାଲ କମିଟି, ତେଲେଙ୍ଗାନା ଷ୍ଟେଟ କମିଟି ଓ କେତେକ ଟପ୍ କ୍ୟାଡ଼ର ମାଓବାଦୀ ଏକାଠି ହୋଇଥିବା ଖବର ପାଇଁ ଏନକାଉଣ୍ଟର ପାଇଁ ପଦକ୍ଷେପ ନିଆଯାଇଥିଲା  । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ୬ ଜଣ ସୁରକ୍ଷା କର୍ମୀ ବି ଆହତ ହୋଇଛନ୍ତି  । ବସ୍ତର ଡିଭିଜନରେ ଗତ ୨୦୧୫ରୁ ୧୬୮ ମାଓବାଦୀଙ୍କୁ ମାରି ଦିଆଯାଇଛି  ।