ବାମପନ୍ଥୀ ନେତାଙ୍କ ବିୟୋଗରେ ଶୋକ
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ଞ୍ଚଳର ବିଶିଷ୍ଟ ବାମପନ୍ଥୀ ନେତା ତଥା ବମପନ୍ଥୀ ଆନେ୍ଦାଳନର ଅନ୍ୟତମ ସାରଥୀ ସାଥୀ ହରେକୃଷ୍ଣ କୁଅଁର(୬୯)ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ଗତ ୨୪ତାରିଖ ସନ୍ଧ୍ୟାରେ ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ଖଇରା ଡକ୍ତରଖାନା ଅଣାଯାଇଥିଲା । ସୁସ୍ଥ ହୋଇ ଘରକୁ ଫେରିଥିଲେ ହେଁ ପୁଣି ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଗୁରୁତର ହୋଇ ପଡିଥିଲେ । ପୁନଶ୍ଚ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ୱର୍ଗତ କୁଅଁର ବିଷ୍ଣୁପଦ ମହାପାତ୍ର ସ୍ମୃତି ପରିଷଦର ସେ ଆଜୀବନ ସଦସ୍ୟ ଥିବା ବେଳେ ଖଇରା ସିପିଏମ ଆଞ୍ଚଳିକ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିଶିଷ୍ଟ ବାମପନ୍ଥୀ ନେତା ଜଗତାନନ୍ଦ ମହାପାତ୍ର, ସନ୍ତୋଷ ବିଶ୍ୱାଳ, ଭଗବାନ ଦାସ, ଭରତ ଚନ୍ଦ୍ର ପଣ୍ଡା,ପ୍ରଶାନ୍ତ ବାରିକ, ମୁରଲୀଧର ବେହେରା, ଉତ୍ତମ କୁମାର ଦାସ, ଅଜୟ ଦାସ ପ୍ରମୁଖ ସ୍ୱର୍ଗତ କୁଅଁରଙ୍କ ଅର୍ଜୁନପୁର ବାସଭବନରେ ପହଞ୍ଚô ଶେଷ ଦର୍ଶନ କରିଛନ୍ତି । ଜଣେ ସଂଗ୍ରାମୀ ନେତାଙ୍କର ଅକାଳ ବିୟୋଗରେ ବାମପନ୍ଥୀ ଦଳର ଅପୂରଣୀୟ କ୍ଷତି ଘଟିଲା ବୋଲି ବରିଷ୍ଠ ନେତା ଜଗତନନ୍ଦ ମହାପାତ୍ର ଶୋକବାର୍ତ୍ତାରେ କହିଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
