ଜୀବିକା ମିଶନରେ ମହାଦୁର୍ନୀତି
ନୀଳଗିରି : ଜୀବିକା ମିଶନ ନାଁରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆସିଥିବା ଅର୍ଥର ଯେଉଁ ବାଟମାରଣା ହେଉଛି, ତାହାର ଗୁମର ଧୀରେ ଧୀରେ ଖୋଲୁଛି । ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତରେ ଛେଳି ଚାଷ ନାମରେ ଅର୍ଥ ହଡପ ହୋଇଥିବା ଅଭିଯୋଗ ପରେ ଏହା ଅସଲ ତଥ୍ୟ ପଦାକୁ ଆସିବା ପରେ ଦୁଇଜଣ ଏବେ ଜେଲରେ ଅଛନ୍ତି । ଏପରିକି କେସିପୁର ପଞ୍ଚାୟତରେ ଜୀବିକା ମିଶନ ଜରିଆରେ ଅର୍ଥ ବାଟମାରଣା ଅଭିଯୋଗ ଆସିବା ପରେ ବିଧାୟକ ସନ୍ତୋଷ ଖଟୁଆ ଫାଇଲ ମଗାଇ ଖୋଳତାଡ଼ ଆରମ୍ଭ କରିଥିଲେ । ପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ପୂର୍ବରୁ ଏକ ଟିମ୍ ତଦନ୍ତ କରିଥିବାବେଳେ ପୁଣି ଆଜି ଜିଲ୍ଲାରୁ ତିନିଜଣିଆ ଟିମ ତଦନ୍ତ କରିଥିବା ଜଣାପଡିଛି ।
ରାଜ୍ୟ ସରକାରଙ୍କ ଜୀବିକା ମିଶନ ଯୋଜନାରେ କୁକୁଡ଼ା, ଛେଳି, ମାଛ ଚାଷ ଏବଂ ଯନ୍ତ୍ରାଂଶ ବାବଦରେ ଗତ ଆର୍ଥôକ ବର୍ଷରେ ୩୮କୋଟି ଟଙ୍କା ଆସିଥିବା ବେଳେ ଛେଳ ଓ କୃଷି ଚାଷ ପାଇଁ ବିଭିନ୍ନ ଯନ୍ତ୍ରାଂଶ ଓ ମାଛଚାଷ ନାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇ ଆସୁଥିଲା । କିଛି ଏମ୍ବିକେଙ୍କୁ ହାତବାରିଶ କରି ଜୀବିକା ମିଶନ ଅଧିକାରୀ ଅର୍ଜୁନ ପାଲ ଏହି ଯୋଜନା ବାଟମାରଣା କରି ସରକାରୀ ଅର୍ଥ ହଡପ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ଧୋବଶିଳା ପଞ୍ଚାୟତରେ ଛେଳିକିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ତଦନ୍ତ ବେଳେ ଜଣାପଡିଛି । ପୂର୍ବରୁ କେସିପୁର ପଞ୍ଚାୟତରେ ମଧ୍ୟ ଏହି ଦୁର୍ନୀତିର ଖୋଳତାଡ଼ କରିବା ପାଇଁ ଏକ ଟିମ୍ ପହଞ୍ଚô ତଦନ୍ତ କରିଥିଲା । ପୁଣି ଆଜି ଡିପିଏମ ସଞ୍ଜିତ କୁମାର ମହଲ, ଓଏଲଏମର ଆକାଉଣ୍ଟଟେଣ୍ଟ ଉମାକାନ୍ତ ପରିଡା ଓ ଗଙ୍ଗାଧର ଜେନା ଆସି ତଦନ୍ତ କରି ଫେରିଛନ୍ତି । ତଦନ୍ତ ପ୍ରକ୍ରିୟାରେ ଏମ୍ବିକେ, ପ୍ରାଣୀମିତ୍ର, ସଂଘର ସଭାପତି ଓ ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ରହିଥିବା ବେଳେ କାଗଜପତ୍ର ଯାଞ୍ଚ ହୋଇଥିଲା । ୩ଜଣିଆ ଟିମ୍ ପିଡ଼ିଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଏହା ଜିଲ୍ଲାପାଳଙ୍କୁ ହସ୍ତଗତ କରାଯିବ । ସେପଟେ ଏମ୍ବିକେ ଓ ସଂଘର ସଭାପତି ତାଙ୍କ ପ୍ରତିକ୍ରିୟାରେ ଆସିଥିବା ୨୮ଲକ୍ଷ ଟଙ୍କାରୁ ୧୫ଲକ୍ଷ ଟଙ୍କା ଫିସ୍ କେଚର ସାମଗ୍ରୀ ବିଭାଗୀୟ ଅଧିକାରୀ କିଣା କରାଇ ଦେଇଥିବା ବେଳେ ୪ଲକ୍ଷ ଟଙ୍କା ମାଛ ଯାଆଁଳ ଓ ଦେଢଲକ୍ଷ ଟଙ୍କା ମାଛଦାନା ଓ ଅନ୍ୟାନ୍ୟ ସାମଗ୍ରୀ ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି । ଚୋରି ପାଇଁ ମାଛଜାଲ କାଟି ଦେଇଥିବାରୁ ମାଛ ନଥିବା କହିଥିଲେ । ସେ ସମୟରେ ଥାନାରେ ଅଭିଯୋଗ ନ କରିବା ଆମର ଭୁଲ ଥିଲା ବୋଲି କହିଥିଲେ । ତେବେ ଏହି ପଞ୍ଚାୟତରେ ବୁଦା କିଣାରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବାବେଳେ ସବୁରି ମୂଳରେ ଜୀବିକା ମିଶନ ଅଧିକାରୀ ଅର୍ଜୁନ ପାଲଙ୍କ ହାତ ଅଛି ବୋଲି ଅଭିଯୋଗ ହୋଇ ଆସୁଥିଲା । ଯଦି ଏହି ପଞ୍ଚାୟତରେ ନିରପେକ୍ଷ ତଦନ୍ତ ହୁଏ, ତା’ହେଲେ ଦୁର୍ନୀତିର ଚେର କେତେ ବାଟ ଲମ୍ବିଛି ତାହା ଜଣାପଡିବ ଓ କ’ଣ ହେବ ଅଧିକାରୀ ଅର୍ଜୁନଙ୍କ ଭାଗ୍ୟ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।