ଦିଲ୍ଲୀ ପୁଲିସର ଚଢ଼ଉ : ସୁନା ଅଳଙ୍କାର,ଟଙ୍କା ଜବତ

ନୀଳଗିରି: ଦିଲ୍ଲୀର ଏକ ମାଲିକ ଘରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ନୀଳଗିରି ଅଞ୍ଚଳର ତିନି ଯୁବକ ପ୍ରାୟ ୧୦ଲକ୍ଷ ଟଙ୍କାର ସୁନା କଙ୍କଣ ସହିତ ନଗଦ ୬ ଲକ୍ଷ ଟଙ୍କା ଲୁଟ କରିବା ଘଟଣାରେ ନୀଳଗିରି ଥାନାରେ ପହଞ୍ଚି ଖୋଳ ତାଡ଼ କରିଛି ଦିଲ୍ଲୀ ପୋଲିସ । ଘଟଣା ଅନୁଯାଇ ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆ ପାଟଣା ଗ୍ରାମର ଜନୈକ ଯୁବକ ଦିଲ୍ଲୀରେ ଜଣଙ୍କ ଘରେ ରୋଷେୟା ଭାବେ କିଛି ବର୍ଷ ହେବ କାର୍ଯ୍ୟ କରୁଥିଲେ । ତାଙ୍କ ସହିତ ଈଶ୍ୱରପୁର ପଞ୍ଚାୟତ ଭୀମେଇ ଓÿ ନିମ୍ନଗାଡ଼ିଆ ଗ୍ରାମର ଅନ୍ୟ ଦୁଇ ସାଙ୍ଗ ମଧ୍ୟ ସେହି ଅଞ୍ଚଳରେ ଘରୋଇ ମାଲିକ ଠାରେ କାମ କରିଆସୁଥିଲେ । ସମୟ ସୁବିଧା ଦେଖି ଜୁରିଆପାଟଣା ଗ୍ରାମର ଜୈନିକ ଯୁବକ କିଛି ସୁନା କଙ୍କଣ ଏବଂ ନଗଦ ୬ଲକ୍ଷ ଟଙ୍କା ନେଇ ଅନ୍ୟ ଦୁଇ ସହଯୋଗୀଙ୍କ ମାଧ୍ୟମରେ ଘର ସ୍ତ୍ରୀ ପାଖକୁ ପଠାଇ ଥିଲା । ଟଙ୍କା ଓÿ ସୁନା ଅଳଙ୍କାର ଚୋରି ହେବା ଜାଣିବା ପରେ ଘର ମାଲିକ ଦିଲ୍ଲୀ ସ୍ଥିତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ଦିଲ୍ଲୀ ପୁଲିସ ନୀଳଗିରି ପୁଲିସ ସହାୟତାରେ ଜୁରିଆପାଟଣା, ଭୀମେଇ ଓÿ ନିମ୍ନ ଗାଡ଼ିଆ ଅଞ୍ଚଳର ଛାନ ଭିନ କରିଥିଲା । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କ ସ୍ତ୍ରୀ ପାଖରୁ ନଗଦ ୬ ଲକ୍ଷ ଟଙ୍କା ଓ ସୁନା କଙ୍କଣ ଜବତ କରାଯାଇ  ନୀଳଗିରି ଥାନାକୁ ଅଣାଯାଇ ଅଧିକ ତଥ୍ୟ ପାଇଁ ପଚରା ଉଚରା କରୁଛି  ଦିଲ୍ଲୀ ଓÿ ନୀଳଗିରି ପୁଲିସ । ଅନ୍ୟ ଦୁଇ ସହଯୋଗୀ କୁହାଯାଉଥିବା  ଯୁବକ ମଧ୍ୟ ଫେରାର ଥିବାବେଳେ ଖୁବଶୀଘ୍ର  ସମସ୍ତଙ୍କୁ ଧରାଯିବ ବୋଲି ପୁଲିସ ପ୍ରକାଶ କରିଛି ।