ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ
ବାଣପୁର : ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ନୋଡାଲ ହାଇସ୍କୁଲ ବାଣପୁରରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସଂସ୍କୃତି, ପରମ୍ପରା ଓ ହସ୍ତ କୌଶଳକୁ ଆଧାର କରି ଛାତ୍ରଛାତ୍ରୀମାନେ ଅତି ଉତ୍ସାହର ସହିତ ୪୨ଟି ପ୍ରକଳ୍ପ ପ୍ରସ୍ତୁତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁର ସଭାପତି ଡ଼.ଚିନ୍ତାମଣି ମିଶ୍ର, ସକ୍ରିୟ ସଦସ୍ୟ ସରୋଜ କୁମାର ରଥ ଓ ସକ୍ରିୟ ସଦସ୍ୟ ଦେବବ୍ରତ ବଡ଼ଜେନା, ପ୍ରଧାନଶିକ୍ଷକ ଜଗଦୀଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ଶିକ୍ଷକ ତଥା ଶିକ୍ଷକ ପ୍ରତିନିଧି କୈଳାସ ଚନ୍ଦ୍ର ଲାଠି ଓ ଶିକ୍ଷକ ପ୍ରମୋଦ କୁମାର ବେହେରାଙ୍କ ଉପସ୍ଥିତିରେ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁର ବରିଷ୍ଠ ସଦସ୍ୟ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରାଯାଇଥିଲା । ଅତିଥିମାନେ ପ୍ରକଳ୍ପ ପରିଦର୍ଶନ ସମୟରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଆଞ୍ଚଳିକ ସଂସ୍କୃତି, ପରମ୍ପରା ଓ ପାରମ୍ପରିକ ହସ୍ତ କୌଶଳ ସମ୍ବନ୍ଧରେ ପ୍ରଶ୍ନକରି ଆତ୍ମ ସନ୍ତୋଷଜନକ ଉତ୍ତର ପାଇ ପ୍ରଶଂସା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ସ୍ନିଗ୍ଧାଞ୍ଜଳି ମହାପାତ୍ର, ଶିକ୍ଷୟିତ୍ରୀ ତୃପ୍ତିମୟୀ ଖଣ୍ଡୁଆଳ ଓ ଶିକ୍ଷୟିତ୍ରୀ ସୁଶ୍ରୀ ଶୁଭସ୍ମିତା ସାହୁ ଅତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ ।