ବାଲିଛାଇ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ : ୨୫ ବର୍ଷ ପରେ ମଧ୍ୟ ଗାଁ ଫେରିବାକୁ ପ୍ରୟାସ ଜାରି
ଆସିକା : ଆସିକା ବ୍ଲକ ବାଲିଛାଇ ପଞ୍ଚାୟତରେ ଗତ ୨୦୦୦ ମସିହାରେ ଘଟିଥିବା ସବର୍ଣ୍ଣ -ଅସବର୍ଣ୍ଣ ବିବାଦର ୨୫ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଗାଁଙ୍କୁ ଫେରିବାକୁ ଚେଷ୍ଟା କରୁଛନ୍ତି ଅସବର୍ଣ୍ଣ ପରିବାର । ବାଲିଛାଇ ଗ୍ରାମରେ ଗତ ୨୫ ବର୍ଷ ତଳେ କୌଣସି କାରଣରୁ ସବର୍ଣ୍ଣ -ଅସବର୍ଣ୍ଣ ମଧ୍ୟରେ ମାରମିଟ,ଗଣ୍ଡଗୋଳ ଘଟି ଗ୍ରାମରୁ ପ୍ରାୟ ୨୦-୩୦ ଅସବର୍ଣ୍ଣ ପରିବାରକୁ ଗ୍ରାମରେ ପାଣି, ରାସ୍ତା, ମନ୍ଦିର, ପିଲାମାନଙ୍କୁ ସ୍କୁଲ ଯିବାକୁ ମଧ୍ୟ ବାରଣ କରିଥିଲେ ବୋଲି ଅସବର୍ଣ୍ଣ ପରିବାର ମାନେ ଗଞ୍ଜାମ ଜିଲ୍ଲାପାଳ, ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ । ଗତ ୨୬/୧୧/୨୦୦୮ ଏବଂ ୨୩/୦୮/୨୦୧୧ ରେ ଉଭୟଙ୍କୁ ନେଇ ପ୍ରଶାସନ ପକ୍ଷରୁ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା । ଗ୍ରାମର ଉଭୟ ଗୋଷ୍ଠିଙ୍କୁ ବାରମ୍ବାର ବହୁ ବୁଝା ସୁଝା କରିବାକୁ ଚେଷ୍ଟା ହୋଇଥିଲେ ମଧ୍ୟ ଏକ ସମାଧାନର ସୂତ୍ର ନ ବାହାରିବା କାରଣରୁ ବର୍ଷ ବର୍ଷ ଧରି ଏହି ଅସବର୍ଣ୍ଣ ପରିବାରର ପ୍ରାୟ ୨୦-୩୦ ଘର ସେମାନଙ୍କ ଛୁଆ ପିଲା ଧରି ଏଣେ ତେଣେ ବୁଲି ରହୁଛନ୍ତି । ଗ୍ରାମରେ ଶତାଧିକ ଭରଣ ଚାଷ ଜମି ଖାଲି ପଡି ରହିଛି । ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ତହସିଲଦାର ସଙ୍ଗୀତା ସେନ, ବିଡ଼ିଓ ସାଗରୀକା ଷଡ଼ଙ୍ଗୀ, ଡେପୁଟି କଲେକ୍ଟର ଅମିତ ହୋତ୍ତା, ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ । ସବର୍ଣ୍ଣ ପକ୍ଷରୁ ବାଲିଛାଇ ଗ୍ରାମ୍ୟ ସଭାପତି ଜୟରାମ ନାୟକ, ସମ୍ପାଦକ ବାଲାଜୀ ଦୋରା, କୋଷାଧକ୍ଷ ଦିଲ୍ଲୀପ ବିଷୋୟୀ ଓ ପ୍ରଶାନ୍ତ ସାହୁ ଉପସ୍ଥିତ ରହିଥିବା ବେଳେ ଅସବର୍ଣ୍ଣ ପକ୍ଷରୁ ବାବୁଲା ନାୟକ,ଭାଗ୍ୟଳତା ନାୟକ,ଅନିତା ନାୟକ, ଟୁନା ନାୟକ,ସାବିତ୍ରୀ ନାୟକ, ଛବିତା ନାୟକ, ବବିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ କ୍ଷ ଆଜିର ନିଷ୍ପତି ପ୍ରକାରରେ ପ୍ରଶାସନ ପକ୍ଷରୁ ଏକ ଟିମ୍ ଗଠନ ହୋଇ ଗ୍ରାମରେ ପହଁଞ୍ଚô ଶବର୍ଣ୍ଣ ଓ ଅସବର୍ଣ୍ଣ ମାନଙ୍କ ସୀମା ନିର୍ଧାରଣ ହେବା ନିମନ୍ତେ ଏକ ନକ୍ସା ପ୍ରସ୍ତୁତ କରାଯିବ । ଏହାପରେ ଅସବର୍ଣ୍ଣ ପକ୍ଷରୁ ୦୭ ଦାବିପତ୍ର ଉପରେ ଆଲୋଚନା କରିବେ । ଗତ ବୈଠକ ପ୍ରକାରରେ ସମସ୍ତ ପରିବାରକୁ ଆବାସ ଘର ପ୍ରଦାନ, ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ ସ୍ଥାୟୀ ପୋଲିସ ଫାଣ୍ଡି ସ୍ଥାପନ, ବାଦ ପଡିଥିବା ପରିବାର ଗୁଡିକ ଯୋଗ୍ୟ କିମ୍ବା ଅଯୋଗ୍ୟ ତାହା ଉପରେ ବିଚାର କରିବା, ଅସବର୍ଣ୍ଣ ପରିବାରଙ୍କ ଜୀବନଧାରଣ ଓ ବଞ୍ଚÿିବା ପାଇଁ କ୍ଷତି ପୂରଣ ପାଇଁ ୦୭-୧୦ ଲକ୍ଷ ଟଙ୍କା ପ୍ରଦାନ, ପ୍ରତ୍ୟେକ ଦଳିତ ପରିବାରରୁ ଜଣଙ୍କୁ ଯୋଗ୍ୟତା ଭିତରେ ଚାଲିରୀର ସୁବିଧା ଦେବା, ସରକାର ତରଫରୁ ମାଗଣା ସାମାଜିକ ଏବଂ ଆର୍ଥିକ ସୁରକ୍ଷା ରେ ସାମିଲ କରିବା, ଦଳିତ ପରିବାର ମାନଙ୍କ ୪୦ ଏକର ଚାଷ ଜମିକୁ ଜବରଦାଖଲରୁ ମୁକ୍ତି କରିବାକୁ ଦାବି ଜଣାଇଥିଲେ । ସମସ୍ତେ ସହଯୋଗ କରି ଆପୋଷ ବୁଝାମଣା ଭିତ୍ତିରେ ଗ୍ରାମରେ ଉଭୟେ ଶାନ୍ତିପୂର୍ଣ୍ଣ ଭାବରେ ଜୀବନ ଯାପନ କରିବାକୁ ସମସ୍ତ ଅଧିକାରୀ ମାନେ ଉଭୟ ଗୋଷ୍ଠିକୁ ପରାମର୍ଶ ପ୍ରଦାନ କଲେ ।