ବାଲିଯାତ୍ରା ପଡ଼ିଆରେ ହେବ ସ୍ୱାସ୍ଥ୍ୟ କାଡର଼୍ ଲୋକାର୍ପଣ ; ପ୍ରତି ହିତାଧିକାରୀଙ୍କୁ ମିଳିବ କାଡ

ବାଲିଯାତ୍ରା ପଡ଼ିଆରେ ହେବ ସ୍ୱାସ୍ଥ୍ୟ କାଡର଼୍ ଲୋକାର୍ପଣ ; ପ୍ରତି ହିତାଧିକାରୀଙ୍କୁ ମିଳିବ କାଡ

ଭୁବନେଶ୍ୱର/କଟକ : କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହେବ  । ଏହି ଅବସରରେ ସ୍ୱାସ୍ଥ୍ୟକାଡର଼୍ର ଲୋକାର୍ପଣ କରାଯିବ  । ପୂର୍ବରୁ ଗୋଟିଏ ପରିବାରକୁ ଗୋଟିଏ କାଡର଼୍ ମିଳୁଥିଲା, କିନ୍ତୁ ଏବେ ପ୍ରତି ହିତାଧିକାରୀଙ୍କୁ କାଡର଼୍ ମିଳିବ  । ସେହିପରି ନୂଆ କାଡର଼୍ ମିଳିବା ପର୍ଯ୍ୟନ୍ତ ହିତାଧିକାରୀମାନେ ପୁରୁଣା କାଡର଼୍ରେ ସ୍ୱାସ୍ଥ୍ୟ ସେବା ପାଇପାରିବେ  । ବାଲିଯାତ୍ରା ପଡ଼ିଆରେ ଉତ୍ସବ ପ୍ରସ୍ତୁତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ  ।
କେନ୍ଦ୍ର ସରକାର ଏବଂ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ କ୍ରମରେ ଚଳିତ ମାସ ୧୧ରେ ଓଡିଶାବାସୀଙ୍କ ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ସ୍ୱାସ୍ଥ୍ୟ କାର୍ଡ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମହାଲିଙ୍ଗ କହିଛନ୍ତି  ।
ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବ କଟକର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଯୋଗଦେବେ  । ରାଜ୍ୟର ସମସ୍ତ ୧୪୦୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  । ସେହିପରି ୭୦ ବର୍ଷ ବୟସରୁ ଅଧିକ ବୟସର ଲୋକମାନଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ  । ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କ ସଂଖ୍ୟା ୨୩ ଲକ୍ଷ ଥିବାବେଳେ ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁଦ୍ଭ ୭ ପୃଷ୍ଠାରେ... ଜନ ଆରୋଗ୍ୟ ଯୋଜନାରେ ସାମିଲ ଅଛନ୍ତି  । ରାଜ୍ୟର ସମୁଦାୟ ସାଢେ଼ ୩ କୋଟି ଲୋକ ଉପକୃତ ହେବେ  । ଗୋଟିଏ ପରିବାରରେ ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ମିଳିପାରିବ  । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳୁଥିଲା । ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ କାର୍ଡ ପ୍ରଦାନ କରାଯିବ  । ଯାହାଫଳରେ ରାଜ୍ୟ ବାହାରେ ରହୁଥିବା ହିତାଧିକାରୀମାନଙ୍କୁ ଆଉ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରେ କୌଣସି ଅସୁବିଧା ହେବନାହିଁ  । ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା ଏକ ସ୍ୱତନ୍ତ୍ର କାର୍ଡ ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି  । ନୂତନ ଏକକ କାର୍ଡ଼ ପାଇବା ପର୍ଯ୍ୟନ୍ତ ହିତାଧିକାରୀମାନେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କରେ ନିଜର ଆଧାର କାର୍ଡ଼ ଓ ବର୍ତ୍ତମାନ ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ଼ ନମ୍ବର ଦେଇ ଚିକିତ୍ସା ପାଇପାରିବେ  । ସାଧାରଣ ଜନ ସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଞ୍ଚଳର ଆଶାକର୍ମୀ ଓ ବହୁମୁଖୀ ଜନ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ହିତାଧିକାରୀମାନଙ୍କୁ କାର୍ଡ଼ ବଣ୍ଟନ କରିବେ  । କାର୍ଡ଼ ବଣ୍ଟନର ତାରିଖ ଆଗୁଆ ଜଣାଇ ଦିଆଯିବ  । ଆଗାମୀ ଦୁଇ/ତିନି ମାସ ମଧ୍ୟରେ ୩.୫ କୋଟି ନୂତନ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୧୮ରେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହୋଇଥିଲା  । ଏହି ଯୋଜନାରେ ଓଡିଶା  ସାମିଲ ନହେବା କାରଣରୁ ରାଜ୍ୟ ପାଖାପାଖି ୩ ହଜାର କୋଟି ଟଙ୍କା କେନ୍ଦ୍ର ଅନୁଦାନ ପାଇବାରୁ ବଞ୍ଚିତ ହୋଇଛି ବୋଲି  ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି  । ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯ ଶହ ତାଲିକାଭୁକ୍ତ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ଓଡ଼ିଆ ଲୋକମାନେ ପାଇପାରୁଥିଲେ  । କିନ୍ତୁ ଏବେ ଦେଶର ୨୯ ହଜାର ତାଲିକାଭୁକ୍ତ ଅଗ୍ରଣୀ ଘରୋଇ ଏବଂ ସରକାରୀ ଚିକିତ୍ସାଳୟରେ ଦେୟମୁକ୍ତ ଚିକିତ୍ସା ସେବା ପାଇପାରିବେ  । ପଶ୍ଚିମବଙ୍ଗ ବ୍ୟତୀତ ଭାରତର କୋଣ ଅନୁକୋଣରେ ଯୋଗ୍ୟ ଓଡ଼ିଆ ହିତାଧିକାରୀମାନଙ୍କର ଆଉ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଅସୁବିଧା ରହିବ ନାହିଁ ବୋଲି ସେ କହିଛନ୍ତି  । କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆସନ୍ତା ୨/୩ ମାସ ଯାଏଁ ଚାଲିବ  । କୌଣସି ପରିବାରର ସଦସ୍ୟ ଅନ୍ୟ ସଦସ୍ୟଙ୍କ କାର୍ଡ ଉପଯୁକ୍ତ ଡକ୍ୟୁମେଣ୍ଟ ଦାଖଲ କରି ନେଇପାରିବେ  । ହିତାଧିକାରୀମାନଙ୍କ ପାଇଁ ଇ-କେୱାଇସି ସହ କାର୍ଡ଼ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ । ପଶ୍ଚିମବଙ୍ଗରେ ବାସକରୁଥିବା ଓଡ଼ିଆ ଭାଇଭଉଣୀମାନେ କିପରି ଏହି ସଂଯୁକ୍ତ ଯୋଜନାର ସୁଫଳ ପାଇପାରିବେ ସେ ସମ୍ପର୍କରେ ସରକାର ମାନସମନ୍ଥନ କରୁଛନ୍ତି  । ସଚେତନତା ପାଇଁ ମାର୍ଚ୍ଚ ୧୧ରୁ ଏକ ସପ୍ତାହ ବ୍ୟାପୀ ଗାଁକୁ ଗାଁ ‘ସ୍ୱାସ୍ଥ୍ୟ ଚେତନା ରଥ’ ପରିଭ୍ରମଣ କରିବ  ।