ତିନିଘରିଆ ନାଳବନ୍ଧ ରାସ୍ତାରେ ଯାନବାହାନ ନିୟନ୍ତ୍ରଣ ଦାବି

 କଟକ: କଟକ ମାତୃଭବନ ଠାରୁ ବିରିବାଟୀ ପର୍ଯ୍ୟନ୍ତ କେନାଲବନ୍ଧ ରାସ୍ତା ପ୍ରଶସ୍ତିକରଣ ହେବା ପରେ ପୂର୍ବାପେକ୍ଷା ଅଧିକ ଗାଡିମଟର ଉକ୍ତ ରାସ୍ତା ଦେଇ ପ୍ରତ୍ୟହ କ୍ଷୀପ୍ର ଗତିରେ ଯିବା ଆସିବା କରୁଛି । ବହୁ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ଏହି ବନ୍ଧ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଏଥି ସହିତ ଉକ୍ତ କେନାଲ ବନ୍ଧ ରାସ୍ତାକୁ ଲାଗି କରି ଥିବା ଗ୍ରାମର ଲୋକେ ବନ୍ଧ ରାସ୍ତା ଉପରକୁ ଉଠିଲା ବେଳକୁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି କଟକ ନଗର ୫୧ ନଂ ୱାର୍ଡ କଂଗ୍ରେସ ପକ୍ଷରୁ ସଭାପତି ରଜନୀକାନ୍ତ ବସ୍ତିଆଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ମଧୁପାଟଣା ସ୍ଥିତ ଟ୍ରାଫିକ ଟାୱାରରେ ଟ୍ରାଫିକ ଏସ୍ପି ଜୟନ୍ତ କୁମାର ଦୋରାଙ୍କୁ ସାକ୍ଷାତ କରି ସାଧାରଣ ଲୋକଙ୍କ ସୁବିଧା ଓ ସୁରକ୍ଷା ଦୃଷ୍ଟିରୁ ଉକ୍ତ ରାସ୍ତାରେ ଯାନବାହାନ ନିୟନ୍ତ୍ରଣ ପାଇଁ ତିନିଘରିଆ ସାହି ଗଡା, ଭଗବତୀ ମନ୍ଦିର ଗଡ଼ା ଓ ମଦନ ମୋହନ ନଗର ଗଡାଠାରେ ପୋଲିସ ପ୍ରଶାସନ ପକ୍ଷରୁ ଷ୍ଟପ୍ବୋର୍ଡ ଲଗାଇବାକୁ ଦାବି କରାଯାଇଛି । ଏଥି ସହିତ ସଂପୃକ୍ତ ମଧୁପାଟଣା ଥାନା ଅଧିକାରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଭେଟି ଅବଗତ କରାଯାଇଥିଲା । ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା କଂଗ୍ରେସର ପ୍ରାକ୍ତନ ଉପସଭାପତି ଶିଶିର ରଥ, ମନୋଜ ବିଶ୍ୱାଳ, ସଦର କଂଗ୍ରେସ ନେତା ରାମ ଚନ୍ଦ୍ର ଗୋଚ୍ଛାୟତ, କଟକ ନଗର(ଜିଲ୍ଲା)କଂଗ୍ରେସର ମୁଖପାତ୍ର ମାନସ ପରିଡ଼ା, ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ, ଜୟନାରାୟଣ ତ୍ରୀପାଠୀ, ବରିଷ୍ଠ ନେତା ରାଜେଶ୍ ସ୍ୱାଇଁ, ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସମ୍ପାଦକ ସଚ୍ଚିଦାନନ୍ଦ ରାଉତ, ସନ୍ତୋଷ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଟ୍ରାଫିକ ଏସ୍ପି ଭାବେ କାର୍ଯ୍ୟରତ ଜୟନ୍ତ କୁମାର ଦୋରାଙ୍କୁ ପୁଲିସ ସେବା କ୍ଷେତ୍ରରେ ଦକ୍ଷତା ଓ ଉକôର୍ଷତା ପାଇଁ ଡିଜି ଡିସ୍କ ସମ୍ମାନ ମିଳିଥିବାରୁ ତାଙ୍କୁ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।