ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ୟାପିତ

 ରାଜକନିକା: ରାଜକନିକା ଶୈଳେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଶିବିରର ସଂଯୋଜିକା ତଥା ବାଣିଜ୍ୟ ବିଭାଗ ର ଅଧ୍ୟାପିକା ପ୍ରଯୁକ୍ତା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ କଲେଜ ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତ ଯୋଗଦେଇ ଶିବିରାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କଲେଜ ପ୍ରଶାସନିକ ଅଧିକାରୀ ଡ. ସଂଜୀବ ଦାଶ, ଡ. ଅଜୟ କୁଣ୍ଡ, ଡ. ମିଥିଳା ଦାସ, ପ୍ରଫେସର ତୃପ୍ତି ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା ଶୁଚିସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ, + ୨ ର ୨ ଶହରୁ ଊର୍ଦ୍ଧ୍ୱ ଛାତ୍ରୀ ଏଥିରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ଭାବେ ସବେରା ବେଗମ ଯୋଗଦେଇ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ଦେଇଥିବା ବେଳେ, ଅନ୍ୟାନ୍ୟ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।