ପାରା କ୍ରୀଡବିତଙ୍କୁ ଆର୍ଥିକ ପ୍ରୋସାହନ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଭିନ୍ନକ୍ଷମମାନଙ୍କ ଥେରାପି ସେବା, ଅଧିକାର ସଚେତନତା ଓ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଜାତୀୟସ୍ତରୀୟ ପାରା କ୍ରୀଡ଼ାବିତ୍ ସୁଧୀର ମଲିକଙ୍କୁ କ୍ରୀଡା ପ୍ରୋସôାହନ ରାଶି ପ୍ରଦାନ କରାଯାଇଛି । ଆସନ୍ତା ଅକ୍ଟୋବର ମାସରେ ଗୋଆ ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବୋସିଆ ନ୍ୟାସନାଲ୍ ଫେଡେରେସନ୍ କପ୍ , ୨୦୨୫ ରେ ଅଂଶଗ୍ରହଣ ଦେୟ ବାବଦେ ଏହି ଆର୍ଥିକ ସହାୟତା ରାଶି ତାଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା ଚେକ୍ ଆକାରରେ ଏହି ଅର୍ଥ ପାରାକ୍ରୀଡ଼ାବିତ୍ଙ୍କୁ ପ୍ରଦାନ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ, ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ଗ୍ରାମର ସୁଧୀର ମଲିକ ହାଇଦ୍ରାବାଦ ସହରରେ କମ୍ପାନୀର ମାର୍କେଟିଙ୍ଗ୍ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ଥ ହୋଇ ଭିନ୍ନକ୍ଷମ ହୋଇ ପଡ଼ିଥିଲେ । ମାତ୍ର ପାରାକ୍ରୀଡା ପ୍ରତି ନିଜର ଆଗ୍ରହ ରଖି ସେ ଗତବର୍ଷ ମଧ୍ୟ ଏହି ବୋସିଆ କ୍ରୀଡାରେ ଭାଗ ନେଇ ସଫଳତା ଅର୍ଜନ କରିଥିଲେ । ମାଧପୁରସ୍ଥିତ ପୁନର୍ବାସ କାର୍ଯ୍ୟାଳୟରେ ଏହି ଅଣଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ, ସହ ସମ୍ପାଦକ ବଂଶୀଧର ମହାନ୍ତି, କୋଷାଧକ୍ଷ ଆଇନଜୀବି ଶିବ ଚରଣ ସାମଲ ଏବଂ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ମହମ୍ମଦ ଜାହିଦ୍ ଖାନ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।