ବାଳିକା ଆତ୍ମରକ୍ଷା ଶିବିର
ବାଲିଚନ୍ଦ୍ରପୁର :ସାହସପୁର ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷ ଛାତ୍ରୀଙ୍କ ପାଇଁ ୮ ଦିନିଆ ଆତ୍ମରକ୍ଷା ଶିବିର ଉଦ୍ଘାଟିତ ହୋଇଯାଇଛି । ଶିବିରରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ସଞ୍ଜୟ ସାହୁ, ଶିକ୍ଷା ବିଭାଗୀୟ ମୁଖ୍ୟ ଡ. ମିଲନ କିଶୋର ଜେନା, ସମାଜ ବିଜ୍ଞାନର ଅଧ୍ୟାପକ ସଂଗ୍ରାମ ପରିଡ଼ା, ଜୟଦେବ ଶତପଥୀ, ଅର୍ଥଶାସ୍ତ୍ର ଭିବାଗୀୟ ମୁଖ୍ୟ ବିଜ୍ଞାନ ରଞ୍ଜନ ସେଠୀ, ଇଂରାଜୀ ବିଭାଗୀୟ ମୁଖ୍ୟ ହିରଣ୍ମୟୀ ସାମଲ, ପ୍ରାଣୀ ବିଜ୍ଞାନ ମୁଖ୍ୟ ହରପ୍ରିୟା ମଙ୍ଗରାଜ ତଥା ହେଡ୍ କ୍ଲର୍କ ପିବିସ୍ ପୃଷ୍ଟି ନିଜର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିବିରରେ ବହୁ ସଂଖ୍ୟାରେ ଯୋଗଦେବାକୁ ଓ ସତର୍କ ରହିବାକୁ, ଆତ୍ମବଳ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ଶିବିରର ନେତୃତ୍ୱ କାମିନୀପ୍ରଭା ମାଝୀ, ଭୁବନ ମୋହିନୀ ସାମଲ, ତିଳୋତମା ହେସା ଓ ଶତାବ୍ଦୀ ବଳ ନେଇଥିଲେ । ବିବେକାନନ୍ଦ ଦାସ, ଲୋପାମୁଦ୍ରା ପଟ୍ଟନାୟକ, ଆଶିଷ ମହାପାତ୍ର ଓ ମାନସ ବରାଳ ପ୍ରମୁଖ ସହଯୋଗ କରିଥିଲେ ।