ବସ୍ ଦୁର୍ଘଟଣାଗ୍ରସ୍ତ: ୪ଗୁରୁତର, ୧୦ ଆହତ
ନୀଳଗିରି: ବୁଧବାର ଏକ ଯାତ୍ରୀବାହୀ ବସ୍ ସହ ଏକ ସିମେଣ୍ଟ ବୋଝେଇ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାତ୍ରୀବାହୀ ବସ୍ର ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ବେଳେ ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି । ତେବେ କିଛି ଲୋକ ଗୁରୁତର ହେବା ସହ ଆହତ ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ବୁଧବାର ଅପରାହ୍ଣ ସମୟରେ ବାଲେଶ୍ୱରରୁ ଉଦଳା ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ମାମା ଭାଲୁକାସୁଣି ନିକଟସ୍ଥ ଦେବଯାନୀ ଛକ ନିକଟରେ ଉଦଳାରୁ ସିମେଣ୍ଟ ଖାଲିକରି ଦ୍ରୁତ ଗତିରେ ବାଲେଶ୍ୱର ଆସୁଥିବାବେଳେ ଟ୍ରକ୍ ସହ ମୁହାଁମୁହିଁ ହୋଇଥିଲା । ତେବେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା । ଯାତ୍ରୀଙ୍କ ଜୀବନରକ୍ଷା ପାଇଁ ଟ୍ରକର ଡାଲା ସହିତ ବସ୍ଟି ବାଡେଇ ଯିବାରୁ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଦୁର୍ଘଟଣାରେ ୪ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଜଣାପଡିଛି । ଖବର ପାଇ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ଘଟଣା ସ୍ଥଳରେ ପହଞ୍ଚô ଆହତ ଓ ଗୁରୁତରଙ୍କୁ ଫାୟର ଗାଡ଼ି ଓ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡ଼ିକାଲକୁ ପଠାଇଥିଲେ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବାର ଦେଖିବାକୁ ମିଳିଛି । ତେବେ ଗୁରୁତର ଯାତ୍ରୀଙ୍କୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଓ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ ଉଭୟ ଗାଡ଼ିକୁ ଜବତ କରିଛି ।