ବାସେଳୀ ମହାମିଳନ ଓ ଘୋଡ଼ାନାଚ
ନେମାଳ : ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ପୀଠରେ ମା’ ବାସୁଳେଇ କୈବର୍ତ୍ତ ମହାସଂଘ ପକ୍ଷରୁ ବାସେଳୀ ମେଲଣ ଚର୍ତୁଦିବସ ବ୍ୟାପୀ ବାସେଳୀ ମହାମିଳନ ଓ ଘୋଡାନାଚ ପାଲା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅବିଭକ୍ତ କଟକ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଉଦ୍ଧ୍ୱର୍ ବାସେଳୀଙ୍କୁ ସ୍ଥାନୀୟ ଦଧିବାମନ ଛକ ପାଖରୁ ଶୋଭଯାତ୍ରା ମାଧ୍ୟମରେ ବଜାର ପରିକ୍ରମା କରାଇ ଅଚୁ୍ୟତାନନ୍ଦଙ୍କ ପୀଠକୁ ଆଣାଯିବା ପରେ ଅଚୁ୍ୟତାନନ୍ଦ ପୀଠ ସମ୍ମୁଖରେ ଥିବା ମଣ୍ଡପରେ ବସିଥିଲେ । ଏହାପରେ ବରିଷ୍ଠ ଘୋଡାନାଚ ଗାୟକ ସୁଦର୍ଶନ ବେହେରାଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ସଭାପତି ଫକୀର ଚରଣ ଦଳାଇ, ରମେଶ ଚନ୍ଦ୍ର ବେହେରା, ନଟବର ଦଳାଇ, ଅଶୋକ କୁମାର ପରିଡା, ଧରଣୀଧର ପରିଡା, ଉପଦେଷ୍ଟା ବାବାଜୀ ଚରଣ ବେହେରା, ବାବାଜୀ ଚରଣ ପରିଡା, ବାବାଜୀ ଚରଣ ଦଳାଇ, ଚକ୍ରଧର ମାଦେଳୀ, ପ୍ରଶାନ୍ତ କୁମାର ବେହେରା, ଗଣେଶ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନିରଞ୍ଜନ ବେହେରା.ଜଳଧର ବେହେରା, ସତ୍ୟପ୍ରକାଶ ବେହେରା, ଗଣେଶ୍ୱର ଦଳାଇ, ଗୋଲଖ ଚନ୍ଦ୍ର ପରିଡା, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।