ବରିଷ୍ଠ ଅଧିକାରୀଙ୍କ ସମୂହ ଛୁଟି, ଜନସାଧାରଣ ନିରାଶ

କେନ୍ଦ୍ରାପଡା : ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ମାଡ ପ୍ରତିବାଦରେ ଓଡିÿଶା ପ୍ରଶାସନିକ ସେବା ସଂଘ, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଚାଲିଥିବା ଆନେ୍ଦାଳନ ଦ୍ୱିତୀୟ ଦିନରେ ପହଞ୍ଚିଛି । ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ସମୂହ ଛୁଟିରେ ଯିବା ଯୋଗୁଁ ସରକାରୀ କାର୍ଯ୍ୟାଳୟରେ ବିଭିନ୍ନ କାମ ବନ୍ଦ ହୋଇଯାଇଛି । ଦୂରଦୂରାନ୍ତରୁ ନାନା ପ୍ରକାର କାମ ନେଇ ଆସୁଥିବା ଲୋକେ ନିରାଶ ହୋଇ ଫେରି ଯାଉଛନ୍ତି । ଜିଲା ମୁଖ୍ୟାଳୟ ସମେତ ତହସିଲ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ମୁନିସିପାଲିଟି ଓ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି । ଏହାଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।