ବାହୁଡା... 

ମିନାକ୍ଷୀ ମଙ୍ଗରାଜ :
 
ମୋ ଜୀବନ ବଡ ଦାଣ୍ଡ
ମୋ ପ୍ରେମର ଶ୍ରୀ ମନ୍ଦିର 
ମୋ ଆଶାର କଳ୍ପବଟ 
ଆଜି ଶୂନ୍ୟ ଆଉ ମହା ଶୂନ୍ୟ 
ତୋ ଦର୍ଶନ,ତୋ ସ୍ପର୍ଶନ
ତୋ ପୂଜନ,ତୋ ଅର୍ଚ୍ଚନ
ତୋ ଜଣାଣ ବିନା ଅବେଳରେ
ଫେରିଆ ଧନ ମୋର 
କାଟି ଦେଇ ମାଉସୀ ମା ର 
ବାତ୍ସଲ୍ୟ ବାଟିକା 
ତୋ ପାଇଁ ମୁଁ ସାଇତିଛି ଭାବ ଭରା 
ଖୁଆ, ପେଡ଼ା ,ଅଧାମ ,ଗୋଟିକା  ।
ଫେରିଆ ଜଗା ମୋର ତୋ ବାହୁଡା ବିଜୟରେ 
ତୋ ନିଳାଦ୍ରୀ ବିଜୟରେ
ପୁରି ଉଠୁ ବଡଦାଣ୍ଡ ପୁରି ଉଠୁ ଶ୍ରୀମନ୍ଦିର
ବାସମୟ ହୋଇଯାଉ ଆନନ୍ଦ ବଜାର 
ଫର ଫର ଉଡୁଥାଉ ପତିତ ପାବନ 
ଭକତଙ୍କ ଗହଳିରେ ଶୋଇଯିବି ନୀରବରେ 
ଚାହିଁ ଚାହିଁ ଆନନ୍ଦରେ ତୋ ଚକା ନୟନ 

ଭୋଗପୁର, ଖୋର୍ଦ୍ଧା 
ମୋ: ୯୧୭୮୧୪୬୪୬୧