ଜୀବନ ଜିତିବାର କୌଶଳ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନକୁ ଜିତିବାର କୌଶଳ ବାବଦରେ କିଛି କଥା କ୍ଷ ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଜଣେ ଭଲ କରୁ, ମନ୍ଦ କରୁ  । ପରିଶ୍ରମ କରି ସଫଳ ହେଉ କି ବିଫଳ ହେଉ, ସବୁଥିରେ ତାସôଲ୍ୟ କରିବାକୁ, ଦାନ୍ତ ନିକୁଟେଇ ହସିବାକୁ ଲୋକ ଅଛନ୍ତି  । ଏଭଳି ତାସôଲ୍ୟକୁ ଭୃକ୍ଷେପ କରିବା ହିଁ ବୀରର ଲକ୍ଷଣ  । ଯୁଦ୍ଧ ଭୁଇଁରେ ଦୁଇ ପକ୍ଷ ଉଭୟଙ୍କ ଶତ୍ରୁ  । ଉଭୟେ, ଉଭୟଙ୍କୁ ଆହ୍ୱାନ କରନ୍ତି, ତାସôଲ୍ୟ କରନ୍ତି; କିନ୍ତୁ କେହି ଯୁଦ୍ଧକ୍ଷେତ୍ର ଛାଡି ପଳେଇ ଯାଆନ୍ତି ନାହିଁ  । ପରସ୍ପରକୁ ତାସôଲ୍ୟ କରିବା, ଆହ୍ୱାନ କରିବା, ଅପମାନିତ କରିବା ଏକ ଚିରାଚରିତ ଘଟଣା  । ଆଉ ଯିଏ ଯୋଦ୍ଧା ସିଏ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ; ବରଂ ପ୍ରତ୍ୟେକ ତାସôଲ୍ୟର ଜବାବ୍ ଦିଅନ୍ତି  । ମହାଭାରତ ଯୁଦ୍ଧରେ ଉଭୟ ପକ୍ଷ, ଉଭୟ ପକ୍ଷଙ୍କୁ ଆହ୍ୱାନ କରିବା ସହ ଅଟ୍ଟହାସ୍ୟ, ତାସôଲ୍ୟ କରିଛନ୍ତି  । କିନ୍ତୁ କେହି ଯୁଦ୍ଧକ୍ଷେତ୍ର ଛାଡି ପଳେଇ ଯାଇନାହାନ୍ତି  ।
ସଫଳତା ପାଇଁ ଉସôାହ ଯେତିକି ଆବଶ୍ୟକ, ସମାଲୋଚନା, ବ୍ୟଙ୍ଗ, ବିଦ୍ରୁପ, ତାସôଲ୍ୟ ମଧ୍ୟ ସେତିକି ଆବଶ୍ୟକ  । ତେଣୁ ଏହାକୁ ନକାରାତ୍ମକ ଭାବନାରେ ନ ନେଇ, ସକାରାତ୍ମକ ଭାବରେ ନେ?ଉଥିବା ବ୍ୟକ୍ତି ଜୀବନ ଯୁଦ୍ଧରେ ବିଜୟୀ ହୁଏ  ।
ଜୀବନରେ ସଫଳ ହୋଇଥିବା ବ୍ୟକ୍ତି ନିଜ ଜୀବନଶୈଳୀକୁ ନିଜେ ବାଛି ନେଇଥାଏ  । କୌଣସି ଆଲୋଚନା କିମ୍ବା ସମାଲୋଚନାକୁ, ପ୍ରଶଂସା କିମ୍ବା ନିନ୍ଦାକୁ କିଛିଲୋକ ପ୍ରକାଶ୍ୟ ଭାବରେ ପ୍ରତିକ୍ରିୟା ପ୍ରକାଶ କରି ନିଜର ବ୍ୟକ୍ତିତ୍ୱକୁ ଅନ୍ୟକୁ ଦେଖେଇବାକୁ ଚାହୁଁଥିବା ବେଳେ ଆଉ କିଛି ଲୋକ ଗାଡିର ସକ୍ ଅବଜରଭର୍ ଭଳି ପ୍ରତ୍ୟେକ ଘଟଣାକୁ ସହିଯାଇ, ଆୌ ପ୍ରତିକ୍ରିୟା ପ୍ରକାଶ ନକରି କର୍ମ କରିଚାଲନ୍ତି ଏବଂ ନିଜର ସଫଳତାକୁ ଦେଖାଇ ଦେଇ ସମାଲୋଚନା କିମ୍ବା ଥଟ୍ଟାତାମସାର ପ୍ରତିଶୋଧ ନିଅନ୍ତି  । ପ୍ରକାଶ୍ୟ ପ୍ରତିଶୋଧ ଅପେକ୍ଷା ନୀରବ ପ୍ରତିଶୋଧ ଅତ୍ୟନ୍ତ ଶକ୍ତିଶାଳୀ  ।
କିଛିଲୋକ ସମାଲୋଚନା କରିବେ ହିଁ କରିବେ  । ତେଣୁ ସେମାନଙ୍କ କଥାକୁ ଗୁରୁତ୍ୱ ଦେବା ହିଁ ପ୍ରଥମରୁ ଭୁଲ୍  । ଯିଏ ଅନ୍ୟର କଥାକୁ ଗୁରୁତ୍ୱ ନଦିଏ ଏବଂ ନିଜ ଲକ୍ଷ୍ୟ ପଥରେ ପାହାଡର ଝରଣା ଭଳି ଆଗେଇ ଚାଲେ, ସେ ହିଁ ଜୀବନରେ ସଫଳତା ହାସଲ କରେ  । ଜଙ୍ଗଲ, ପାହାଡ, ପର୍ବତରୁ ବାହାରି ଆସିଥିବା ଝରଣା କେଡେ କେଡେ ପ୍ରତିବନ୍ଧକର ସମ୍ମୁଖୀନ ହୁଏ  । ତା ଆଗରେ ବାଟ ଓଗାଳି ପ୍ରକାଣ୍ଡକାୟ ପର୍ବତ ଏବଂ ପଥର ଠିଆ ହୁଏଦ  । ଛୋଟିଆ ସରୁ ଝରଣାଟି ଏହି ପ୍ରତିବନ୍ଧକକୁ ଲଢେଇ ଭାବରେ ଗ୍ରହଣ କରି, କୌଶଳରେ ତାକୁ ଆଡେଇଯାଏ  । ପ୍ରତିବନ୍ଧକ ତାରି ରାସ୍ତାରେ ଥାଏ, ଝରଣା ତା ରାସ୍ତା କାଟି ଚାଲିଯାଏ  ।