ଏମ୍ସ କର୍ମଚାରୀ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ 

ଏମ୍ସ କର୍ମଚାରୀ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ 

ଭୁବନେଶ୍ୱର : ଧରା ପଡ଼ିଲା ଏମ୍ସ କର୍ମଚାରୀ ହତ୍ୟା ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି । ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ଖଣ୍ଡଗିରି ପୁଲିସ । 

       ସୂଚନା ମୁତାବକ, ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଅକ୍ଟୋବର ୧୩ ତାରିଖରେ ହତ୍ୟା କରାଯାଇଥିଲା । ଜମିବାଡି ବିବାଦକୁ କେନ୍ଦ୍ର କରି ବଡବାପା ପୁଅକୁ ହତ୍ୟା କରିଥିଲା । ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏବେ ବନ୍ଧା ହୋଇଛି ସଦାଶିବ ପ୍ରଧାନ ଓରଫ ଶିବା । ୩ ମାସ ତଳୁ କରିଥିଲ ପ୍ଲାନ୍‌ । ସବୁ ଦିନ ବନ୍ଧୁକ ଧରି ବୁଲୁଥିଲି । ଏପିରିକି ସୁଧାଂଶୁର ଫଟୋକୁ ସାମ୍ନାରେ ରଖି ମଧ୍ୟ ଅଭ୍ୟାସ କରିଥିଲି । ଶେଷରେ ଅକ୍ଟୋବର ୧୩ ତାରିଖ ଦିନ ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆକୁ ହତ୍ୟା କରିଥିଲି । ଜେରା ସମୟରେ ପୋଲିସ ଆଗରେ ସୁଧାଂଶୁ ଖୁଣ୍ଟିଆ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଶିବା ପ୍ରଧାନ ସବୁ ସତ ମାନିଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ମର୍ଡର ହୋଇଥିଲା ।