ବିଏମ୍ଏସ୍ଓସିଆର୍ପି ସଂଘର ବୈଠକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଯୋଗେନ୍ ପଦର ଠାରେ ସିଆର୍ପି ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସିଆର୍ପି ସଂଘ ସମ୍ପାଦିକା ତୁଳସୀ ହାନ୍ତାଳ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବାବେଳେ ଭାରତୀୟ ମଜଦୂର ସଂଘ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦଣ୍ଡସେନା ମୁଖ୍ୟ ବକ୍ତା ରୂପେ ଅଳଙ୍କୃତ ଥିଲେ । ଦିନକୁ ଦିନ ବିଭିନ୍ନ କର୍ମ ସଂସ୍ଥାନ ଗୁଡ଼ିକର କାର୍ଯ୍ୟ କର୍ତ୍ତା ବିଏମ୍ଏସ୍ରେ ସାମିଲ ହେଇଥିବା ଦେଖିବାକୁ ମିଳୁଥିଲା । ନୂଆପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକର ସିଆର୍ପି ମାନେ ବିଏମ୍ଏସ୍ରେ ନାମ ପଞ୍ଜିକରଣ କରି ବିଏମ୍ ସହ ଅନୁବନ୍ଧିତ ହେବା ଦୃଷ୍ଟିକୁ ଆସିଛି  । ଉଭୟ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ କି ବିଏମଏସ ସଦା ସର୍ବଦା ସହଯୋଗ କରି ଆସୁଛି ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟ ମିଶନ ଶକ୍ତିକୁ ପ୍ରାଧାନ୍ୟତା ଦେଇ ନାରୀ ସଶକ୍ତି କରଣ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଛି  । ଏହି ପରିପ୍ରେକ୍ଷିରେ ସର୍ବ ସମ୍ମତି କ୍ରମେ ମିନତୀ ପଣ୍ଡାଙ୍କୁ ଜିଲ୍ଲା ସଂଘର ସଭାନେତ୍ରୀ ଓ ମିନା ମେହେରଙ୍କୁ ଜିଲ୍ଲା ସଂଘର ସମ୍ପାଦିକା ଭାବରେ ଚୟନ କରାଯାଇଥିବାବେଳେ ଖିରମତି ରାଉତଙ୍କୁ କୋଷାଧ୍ୟକ୍ଷା ଦାୟୀତ୍ୱ ପ୍ରଦାନ କରାଗଲା  । ପୁଣି ଦଶ ଜଣିଆ ଏକସହଯୋଗି ଦଳ ମଧ୍ୟ ତିଆରି କରାଯାଇଛି ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ସହଯୋଗ କରି ସଂଘକୁ ଆଗେଇ ନେବା ପାଇଁ  । ଆଜିର ବୈଠକରେ ରାୟଗଡ଼ା ଜିଲ୍ଲାରୁ ଭାରତୀ ନାୟକ,ମାଧୁରୀ ଅନାରସିଂ ଓ ଜଗମା ପର୍ଶିକା ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ  ।