ସୁନା କିଣିବା ବେଳେ ସାବଧାନ : କ୍ୟାରେଟ୍ ଓ ଓଜନରେ କରୁଛନ୍ତି ଠକେଇ
ଭୁବନେଶ୍ୱର : ସୁନା କିଣୁଛନ୍ତି କି ? ତେବେ ସାବଧାନ । ସବୁ ଭଲ ଭାବେ ବୁଝି ସୁନା କିଣନ୍ତୁ । ମୁନାଫାଖୋର ସୁନା ଦୋକାନୀ କ୍ୟାରେଟ୍ ବା ଗୁଣାତ୍ମକ ମାନରେ ଠକେଇ କରୁଥିବାବେଳେ ଓଜନରେ ବି ଠକୁଛନ୍ତି । ଗତ ୫ ବର୍ଷ ମଧ୍ୟରେ ସରକାର ଏଭଳି ୩୬ ଦୋକାନୀଙ୍କୁ ଧରିଛନ୍ତି । କେତେକ ସୁନା ଦୋକାନକୁ ବନ୍ଦ କରାଯାଇଥିବାବେଳେ ଆଉ କେତେକ ସ୍ଥାନରେ ଜରିମାନା ଆଦାୟ କରାଯାଇଛି । ଏନେଇ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ସମ୍ବଲପୁରର ଅମ୍ବିକା ଜୁଏଲର୍ସ, ଜଗତସିଂହପୁରର ରାଜଶ୍ରୀ ଜୁଏଲାରୀ, ପୁରୀର ସୁନା ଏବଂ ଚାନ୍ଦିଘର, ବରଗଡ଼ର ରାଧାକାନ୍ତ ଜୁଏଲର୍ସ, ସମ୍ବଲପୁରର ଅଳଙ୍କାର ଜୁଏଲର୍ସ, ଭୁବନେଶ୍ୱରର ଶ୍ରୀକୃଷ୍ଣ ଜୁଏଲାରୀ, ଝାରସୁଗୁଡ଼ାର ପବନ ଅଳଙ୍କାର, ଗଞ୍ଜାମର ଶ୍ରୀନାଥ ଜୁଏଲର୍ସ ପ୍ରମୁଖ ସ୍କାନରରେ ଅଛନ୍ତି । ଏହି ଅଳଙ୍କାର ଦୋକାନ ମଧ୍ୟରୁ କେତେକଙ୍କର ପଞ୍ଜୀକରଣ ବାତିଲ୍ ହୋଇଥିବାବେଳେ ଆଉ କେତେକଙ୍କୁ ପଞ୍ଜୀକରଣ ବାତିଲ୍ ପାଇଁ ନୋଟିସ୍ ଦିଆଯାଇଛି ।