କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ ମୃତ, ଜଣେ ଗୁରୁତର

ଶୁକ୍ରବାର ସକାଳୁ ସକାଳୁ ତେଲେଙ୍ଗାନାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରଙ୍ଗାରେଡ୍ଡି ଜିଲ୍ଲାର ଆଦିବାଟଲା ଥାନା ଅନ୍ତର୍ଗତ ବୋଙ୍ଗୁଲୁରୁ ଗେଟ ନିକଟରେ ଘଟିଛି ଏହି ଦୁର୍ଘଟଣା ।କାର ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଦିବାଟଲା ପୋଲିସ ଷ୍ଟେସନ ଇନ୍ସପେକ୍ଟର ରାଘବେନ୍ଦ୍ର ରେଡ୍ଡୀ କହିଛନ୍ତି ଯେ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତେବେ ଗୁରୁତର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।