ମୋହନାରେ ମୃଦୁ ଭୂକମ୍ପ

ଭୁବନେଶ୍ୱର: ଶନିବାର ମୋହନାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ମୋହନା ସମେତ ଆଖପାଖ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଛି । ଅପରାହ୍ନ ୧.୧ ମିନିଟରେ ଏହି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଅଡ଼ବା, ଚାନ୍ଦିପୁଟ, ଲୁହାଗୁଡ଼ି ଓ ତପ୍ତପାଣି ଅଞ୍ଚଳରେ ମଧ୍ୟ ମୃଦୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।