ଥମୁନି ବିଜେଡ଼ି କଳି

ଥମୁନି ବିଜେଡ଼ି କଳି

 ଭୁବନେଶ୍ୱର: ବରିଷ୍ଠଙ୍କ ପରେ ଏବେ ବିଜୁ ଯୁବ ଓ ଛାତ୍ର ଜନତା ଦଳରେ କଳି ଆରମ୍ଭ ହୋଇଯାଇଛି  । ବରିଷ୍ଠଙ୍କ ଭଳି ଯୁବ ଓ ଛାତ୍ର ନେତାମାନେ ମଧ୍ୟ ଭିକେ ପାଣ୍ଡିଆନଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି  । ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଇପ୍ସିତା ସାହୁଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିଲେ  । କିନ୍ତୁ ଏହାକୁ ନେଇ ଅନେକ ଛାତ୍ରନେତା ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି  । ଆଜି ପ୍ରାୟ ୫୦ ଛାତ୍ରନେତା ଗୋଟିଏ ସ୍ଥାନରେ ମେଳି କରି ଏନେଇ ଆଲୋଚନା କରିଥିଲେ  । ପରେ ସେମାନେ ରାଜନୈତିକ ବ୍ୟାପାର କମିଟିରେ ଥିବା ସଞ୍ଜୟ କୁମାର ଦାସବର୍ମାଙ୍କ ସହ ଆଲୋଚନା କରିଥିଲେ  । ଏହାପରେ ନବୀନ ନିବାସରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା  । ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଘମାସନ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି  । ବୈଠକରେ ଯୁବ ଓ ଛାତ୍ର ସଭାପତିଙ୍କ ସହ ଛାତ୍ର ଓ ଯୁବ ବ୍ୟାପାର ଦାୟିତ୍ୱରେ ଥିବା ନେତାମାନେ ସାମିଲ୍ ହୋଇଥିଲେ  । ବରିଷ୍ଠଙ୍କ ପରେ ଛାତ୍ର ଓ ଯୁବ ନେତାଙ୍କ ମନରେ ଅସନ୍ତୋଷ ଏବେ ଦଳକୁ ଚିନ୍ତାରେ ପକାଇଦେଇଛି  । ଅପରପକ୍ଷରେ ଦଳରେ କିଛି ବିବାଦ ନାହିଁ  । ସମସ୍ତେ ଏକାଠି ଅଛନ୍ତି  । ନବୀନ ବାବୁଙ୍କ ନିଦେ୍ର୍ଦଶରେ ସମସ୍ତେ କାମ କରୁଛନ୍ତି ବୋଲି ସେ କହିଛନ୍ତି  ।