ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ
ରାଜକନିକା: ରାଜକନିକା ବ୍ଲକ ଅଧିନସ୍ତ ହାଟସାହି ପଞ୍ଚାୟତର କାର୍ଯ୍ୟାଳୟରେ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ଗ୍ରାମ ସଭା ମାଧ୍ୟ୍ୟମରେ ସରପଞ୍ଚ ସୀତାରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଆରଏସ୍ ଦେବାଶିଷ ଲେଙ୍କା, ସମିତି ସଭ୍ୟା ସଞ୍ଜୟ ବେଉରିଆ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହି ସରକାରଙ୍କର ଆଗାମୀ ପାଞ୍ଚ ବର୍ଷ ପାଇଁ ଗ୍ରାମ ପଞ୍ଚାୟତରେ ହେବାକୁ ଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ମଧ୍ୟରୁ ସଡ଼କ ନିର୍ମାଣ, ଗାଧୁଆ ତୁଠ, ଧାର୍ମିକ କାର୍ଯ୍ୟାନୁଷ୍ଠାନ ନିର୍ମାଣ, ଶିକ୍ଷା, ଖେଳ ପଡିଆ ଓ ପୋଖରୀ ଖନନ୍ନ ପ୍ରକଳ୍ପ ଗୁଡିକ ଅନ୍ତର୍ଭୁକ୍ତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀନିବାସ ବେହୁରିଆ, ହିମାଂଶୁ ଶେଖର ବେହୁରିଆ, ଜୟଦେବ ବେହୁରିଆ ଓ ସନ୍ତୋଷ ବେଉରିଆ ପ୍ରମୁଖ ଉପସ୍ଥିତ ଥିଲେ ।