ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ, ଜଣେ ଗିରଫ 

 ଦଶରଥପୁର: ବୁଲିବାକୁ ଆସିଥିବା ଜନୈକା ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ପୁଲିସ ଜଣକୁ ଗିରଫ କରିଛି । କିନ୍ତୁ ଅଭିଯୁକ୍ତ ଅନିଲ ଯେନା ହୋଇଥିଲେ ହେଁ କନିଅର ମଞ୍ଜି ଖାଇ ଅସୁସ୍ଥ ହୋଇପଡ଼ିଥିବାରୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ଅନ୍ୟତମ ଅଭିଯୁକ୍ତ ନୀତେଶ ଯେନା ଫେରାର ଥିବା ପୁଲିସ କହିଛି । ସୂଚନାଯୋଗ୍ୟ ୨୨ତାରିଖ ରାତି ୯.୩୦ସମୟରେ ଦିଲୀର ଯୁବତୀ ଏବଂ ତାଙ୍କ ବାନ୍ଧବୀ ମା’ ବିରଜାଙ୍କ ଦର୍ଶନ ସାରି ବସରେ ଆସି ଦଶରଥପୁର ଥାନା ନନ୍ଦିପୁର ଛକ ନିକଟ ଭଦ୍ରକପଡିଆ ବସ ଷ୍ଟପେଜରେ ଅପେକ୍ଷା କରିଥିବା ପାଟଣାସାହିର ଅନିଲ ଯେନା ଏବଂ ନୀତେଶ ଯେନା ଅସଦାଚରଣ କରିଥିଲେ । ଉକ୍ତ ସମୟରେ ଘଟଣା ସ୍ଥଳରେ ପଞ୍ଚିଚିଥିବା  ୩ଜଣ ସମ୍ପର୍କୀୟ ଏହାର ପ୍ରତିବାଦ କରିବାରୁ ଅନିଲ ଏବଂ ନୀତେଶ ସେମାନଙ୍କୁ ମାଡ଼ ମାରିବା ସହ ସେମାନଙ୍କ ବାଇକକୁ ପିଟି ଭାଙ୍ଗି ଦେଇଥିଲେ । ଘଟଣା ସମ୍ପର୍କରେ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗର ଗୁରୁତ୍ୱକୁ ନେଇଏସପି ତଦନ୍ତଭାର ମଙ୍ଗଳପୁର ଥାନାଧିକାରୀ ଜଗଦୀଶ କରଙ୍କୁ ପ୍ରଦାନ କରିଥିଲେ ।