ବୃଦ୍ଧଙ୍କୁ ହତ୍ୟା,୫ ଗିରଫ 

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କିକିରିବେଡା ଗାଁଁର କାଳିଆ ମାଝୀ ନାମକ ଜୈନେକ ବୃଦ୍ଧଙ୍କୁ ଛୁରି ଭୂଷି ହତ୍ୟା କରିଥିବା ଅଭିଯୋଗରେ ଖଡ଼ିଆଳ ଏସଡିପିଓ ମସିରାଣୀ ପୂର୍ତ୍ତି ଏବଂ ଖଡ଼ିଆଳ ଆଇଆଇସି ଦିଲୀପ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ କରି ଖଡ଼ିଆଳ ପୋଲିସ  ହତ୍ୟା ଘଟଣାର ଫର୍ଦାଫାଶ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ନାବାଳକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ତାଙ୍କ ଠାରୁ ହତ୍ୟା କରିବାରେ ବ୍ୟବହୃତ ଛୁରି ସହ ଏକ ମୋଟର ସାଇକଲ ଜବତ କରିଥିବା ନୂଆପଡା ଏସପି ଏକ ଖବରଦାତା ସମ୍ମିଳନୀରେ ନୂଆପଡା ଏସପି ଜି ଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି  । ଏଥିସହ ଗୁଣିଗାରେଡି ସନେ୍ଦହ ରେ ବୃଦ୍ଧ କାଳିଆ ମାଝୀ ଙ୍କୁ ହତ୍ୟା କରାଯାଇଥିବା ଏସପି ସୂଚନା ଦେଇଛନ୍ତି  । ଗିରଫ ମାନେ ହେଲା ଖଡ଼ିଆଳ ଥାନା କିକିରିବେଡା ଗାଁଁର ବିଧବା ମହିଳା ରତ୍ନେ ମାଝୀ (୪୫) ଏବଂ ଗିରିଧାରୀ ମାଝୀ (୩୦) ଏବଂ ସିନାପାଲି ଥାନା ଭଟ୍ଟାପାଣି ଗାଁଁ ର ଭଗବାନ ମାଝୀ(୨୨) ଏବଂ ସୁବାଷ ମାଝୀ (୨୫) ଏବଂ ଅନ୍ୟ ଜଣେ ନାବାଳକ ବୋଲି ଜଣାପଡିଛି  । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କିକିରିବେଡା ଗାଁଁର ବିଧବା ମହିଳା ରତ୍ନେ ମାଝୀଙ୍କ ସ୍ୱାମୀ ନବୀନ ମାଝୀର କିଛି ମାସ ପୂର୍ବ ଅକାଳ ମୃତୁ୍ୟ ହୋଇଥିଲା । କାଳିଆ ମାଝୀ ସହ ପୂର୍ବରୁ ଶତ୍ରୁତା ଥିବାରୁ ଗୁଣିଗାରେଡି କରି ନବୀନ ମାଝୀଙ୍କୁ ଗୁଣିଗାରେଡି କରି ହତ୍ୟା କରିଥିବା ସନେ୍ଦହ କରି ଦୁଇ ପରିବାର ମଧ୍ୟ ରେ ଗଣ୍ଡଗୋଳ ଲାଗି ରହୁଥିଲା । ଉକ୍ତ ଘଟଣାର ପ୍ରତିଶୋଧ ପରାୟଣ ହୋଇ ଚଳିତ ମାସ ୧୮ ତାରିଖ (ମଙ୍ଗଳବାର )ଦିନ ଘର ବାହାରେ ଏକ କୁଡ଼ିଆରେ ନିଜ ନାତିଙ୍କ ସହ ଶୋଇଥିବା ସମୟରେ ଗିରଫ ଅଭିଯୁକ୍ତ ମାନେ ଯୋଜନାବଦ୍ଧ ଭାବେ କାଳିଆ ମାଝୀଙ୍କ ଛାତି ଉପରକୁ ଛୁରାମାଡ଼ କରିଥିଲେ  । ଗୁରୁତର ଅବସ୍ଥାରେ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ଚିକିସôାଳୟ ଏବଂ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ନୂଆପଡା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରି ଚିକିସôିତ ହେଉଥିବା ସମୟରେ କାଳିଆ ମାଝୀର ମୃତୁ୍ୟ ହୋଇଥିଲା ।