‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଶୁଭାରମ୍ଭ

 ଦେବଗଡ଼:  ତିଲେଇବଣି ବ୍ଲକ ସଦର ମହକୁମାରେ ବିକଶିତ ଗାଁ ବିକଶିତ ଓଡିଶା ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲାରୁ ଆଭାସୀ ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି । ଏନେଇ ତିଲେଇବଣି ବ୍ଲକ ସଦର ମହକୁମାରେ ଏକ ସଭାର ଆୟୋଜନ କରାଯାଇଥିବା ବେଳେ, ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ  । ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର ସାହୁ, ଉପଜିଲ୍ଲାପାଳ ପରକ୍ଷିତ ସାହୁ, ତିଲେଇବଣି ବ୍ଲକ୍ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ଉପାଧ୍ୟକ୍ଷା ଆରତୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳୀ ସାମଲ, ସାଂସଦଙ୍କ ପ୍ରତିନିଧି ଅରୁଣ କୁମାର ସାହୁ, ସାଂସଦଙ୍କ ପ୍ରତିନିଧି ଯୋଗେଶ ପ୍ରଧାନ, ତିଲେଇବଣି ଗୋଷ୍ଠି ଉନ୍ନୟନ ଅଧିକାରିଣୀ ପ୍ରିୟଦର୍ଶିନୀ ମିର୍ଦ୍ଧା ପ୍ରମୁଖ ମଞ୍ଚାସୀନ ରହିଥିଲେ । ତିଲେଇବଣି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପଂଚାୟତର ସରପଞ୍ଚ ଏବଂ ସମିତିସଭ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  ।ଏହି ଯୋଜନା ଗ୍ରାମୀଣ ଅଞ୍ଚଳରେ ବିକାଶର ଏକ ଉଦାହରଣ ସୃଷ୍ଟି କରିବା ସହିତ ଗ୍ରାମ ଓ ଗ୍ରାମବାସୀଙ୍କର ପ୍ରଗତୀ, ସୁବିଧା ଏବଂ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ମିଳନ ଦ୍ୱାରା ଓଡିÿଶା ୨୦୩୬ ମସିହାରେ ବିକଶିତ ଭବିଷ୍ୟତ ଗଢିବାରେ ସଫଳ ହେବ ବୋଲି ଅତିଥି ମତପ୍ରକାଶ କରିଥିଲେ ।